Onn 3

କଂଗ୍ରେସ ନେତାଙ୍କୁ ଥାନାଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ଘେରାଉ ନିଷ୍ଫତ୍ତି

Politics State

ଆଗରପଡ଼ା: ପୂର୍ବତନ ଭତ୍ରକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସଙ୍କୁ ଆଗରପଡ଼ା ଥାନାଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ବନ୍ତ ବ୍ଲକ କଂଗ୍ରେସ କମିଟି ତରଫରୁ ରବିବାର ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁଙ୍କ ଆବାହକତ୍ୱରେ ଆଗରପଡ଼ା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଅଭିଯୋଗ କରିବା ସହ ଆସନ୍ତା ଏଗାର ତାରିଖରେ ଥାନା ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଗତ କିଛି ଦିନ ତଳେ କାଦବରାଙ୍ଗ ପଂଚାୟତର ଏକ ଜମିଜମା ସଂକ୍ରାନ୍ତିୟ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ଏଥିନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । କଂଗ୍ରେସ ସମର୍ଥକ ଅଭିଯୁକ୍ତ ହାଇର୍କୋଟରୁ ବେଲ ପାଇଥିବା ସ୍ଥଳେ ସେମାନଙ୍କୁ ପୁଲିସ ପୁର୍ନବାର ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା କରିବା ଏବଂ ଅନ୍ୟଜଣେ ଅଭିଯୋଗକାରୀ ପୂଜା କବୀ ତାଙ୍କ ପ୍ରତି ହୋଇଥିବା ଅପବ୍ୟବହାରକୁ ନେଇ ଗତ ସେପ୍ଟେମ୍ବର ମାସ ୧ତାରିଖରେ ଥାନାରେ କରିଥିବା ଅଭିଯୋଗ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ଅପରପକ୍ଷ ଅଭିଯୁକ୍ତ ଖୁଲମଖୁଲା ବୁଲୁଥିଲେ ସୁଦ୍ଧା ପୁଲିସ ସେମାନଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

ତେଣୁ ଏ ସମ୍ପର୍କରେ ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଥାନାଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ସୁଦ୍ଧା ଥାନାଧିକାରୀ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ପୁଲିସ ଏସପିଙ୍କୁ ଲିଖିତ ଭାବେ ଜଣାଯିବାପରେ ଯଦି ଆମେ କିଛି ନ୍ୟାୟ ନ ପାଉ ତେବେ ଆସନ୍ତା ଏଗାର ତାରିଖରେ ଦଳ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସେ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଙ୍ଗାଧର ପତି, ଜ୍ୱୋତି ପ୍ରକାଶ ନାୟକ, ଭବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ପ୍ରଦିପ୍ତ ନାୟକ, କାର୍ତ୍ତିକ ଜେନା, ପ୍ରଫୁଲ୍ଲ ରାଉତ, ରାମେଶ୍ୱର ଭାରତୀ, ରାମ ଜେନା, ପ୍ରଦୀପ ନାୟକ, କଳ୍ପତରୁ ସାହୁ, ଜଗବନ୍ଧୁ ବେହେରା, ଛାୟାକାନ୍ତ ନନ୍ଦ, ସୁଦାମ ଖଣ୍ଡା, ସୁଧାଂଶୁ ଶେଖର ନାୟକ, ବୁଲୁ ପୃଷ୍ଟିଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତା ଉପସ୍ଥିତ ଥିଲେ ।