Collector Mbj

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୫ ମସିହା ଏପ୍ରିଲ ମାସ ପାଇଁ ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

State

ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ମାସର ପ୍ରଥମ ସୋମବାର ତା ୦୭-୦୪-୨୦୨୫ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସକାଳ ୭ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ,ସେହିପରି ଏପ୍ରିଲ ମାସର ଦ୍ୱିତୀୟ ସୋମବାର ତା ୧୪-୦୪-୨୦୨୫ରିଖ ସରକାରୀ ଛୁଟି ଦିବସ ଥିବାରୁ ତା’ ପର ଦିନ ଅର୍ଥାତ ତୃତୀୟ ମଙ୍ଗଳବାର ତା ୧୫-୦୪-୨୦୨୫ ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁରରେ ସକାଳ ୭ ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ , ସେହିପରି ଏପ୍ରିଲ ମାସ ତୃତୀୟ ସୋମବାର ତା ୨୧-୦୪-୨୦୨୫ ରିଖ ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୭ଘଟିକା ରୁ ଦିବା ୧୦ ଘଟିକା ପର୍ଯ୍ୟନ୍ତ ଶୁଣାଣି ହେବ ଏବଂ ଏପ୍ରିଲ ମାସର ଚତୁର୍ଥ ସୋମବାର ତା ୨୮-୦୪-୨୦୨୫ ରିଖ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ସକାଳ ୭ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ |

ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ସମ୍ପୃକ୍ତ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ |

ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ |