ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରା ନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପାଇଁ ତା ୩୦/୧୧/୨୫ ରିଖ ରବିବାର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭଦ୍ରକର ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଂଶ ଗ୍ରହଣ କରି ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ଅନ୍ୱେଶ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଶ୍ରୀମାନ ଅନ୍ୱେଶ ୨୦୨୩ -୨୪ ବର୍ଷରେ ମଧ୍ୟ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପରମ ପୂଜ୍ୟ ଗଜପତି ମହାରାଜା ଓ ପ୍ରଜ୍ଞାନ ବାବାଙ୍କ ନିକଟରୁ ପୁରସ୍କୃତ ହୋଇ ଆଶୀର୍ବାଦ ଲାଭ କରିଥିଲେ । ଅନ୍ୱେଶ ଜଣେ ମେଧାବୀ ଛାତ୍ର ଅଟନ୍ତି । ପୁରୁଷଣ୍ଢ ଗ୍ରାମ ନିବାସୀ ଶିକ୍ଷକ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ମାତା ସୁଗୃହିଣୀ ମଳୟ ମଞ୍ଜରୀ ବିଶ୍ୱାଳଙ୍କ ପୁତ୍ର ଅଟନ୍ତି ଅନ୍ୱେଶ । ଅନ୍ୱେଶଙ୍କର ଏହି ସଫଳତାରେ ପିତାମାତା, ପରିବାରର ସମସ୍ତ ସଦସ୍ୟ, ଗୁରୁଜୀ, ଗୁରୁମା, ବନ୍ଧୁ ବାନ୍ଧବ, ଶୁଭେଛୁ ଅଶେଷ ଖୁସି ବ୍ୟକ୍ତ କରିବା ସଙ୍ଗେସଙ୍ଗେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
