ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢ଼ିଆ ଗ୍ରାମର ସୀତାକାନ୍ତ ଦାସ ଓ ନିୟତୀ ପଣ୍ଡାଙ୍କ ପୁଅ ସୀମା ସାନ୍ନିଧ୍ୟ ଦାସ ୯୬ ରାଙ୍କ ରେ ସ୍ଥାନ ପାଇ ବନାଚଂଳ ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ବିଜେଡି ବ୍ଲକ ଯୁବସଭାପତି ସତ୍ୟ ସାଧନ ବେଜ,ଯୁବନେତା ଦୀପକ ମହାନ୍ତି, ସଂଜୟ ନାଥ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
