Werw

ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଆଲୋଚନା କଲେ ମୁଖ୍ୟ ନିର୍ବାଚନ କମିଶନର

State

ଭୁବନେଶ୍ବର: ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିସନରଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ । ଗସ୍ତ ସମୟରେ ବିଭିନ୍ନ ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିଶନ । ଚାଲିଛି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ।

ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ପ୍ରଥମେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ୱାନ ଟୁ ୱାନ ବୈଠକ କରି ନିର୍ବାଚନ ସମ୍ପର୍କୀତ ଆଦର୍ଶ ଆଚରଣ ବିଧିର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହାପରେ ମୁଖ୍ୟସଚିବ, ଉନ୍ନୟନ କମିସନର, ପୋଲିସ ଡିଜି, ଗୃହ ସଚିବ, ଜିଲ୍ଲାପାଳ, ପୋଲିସ ଅଧିକାରୀଙ୍କ ସହ ନିର୍ବାଚନ ଅଧିକାରୀଙ୍କ ସହ ଏକ ମିଳିତ ବୈଠକରେ ନିର୍ବାଚନ ପ୍ରସ୍ତୁତି, ତାଲିମ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିଛନ୍ତି ।

ସେହିପରି, ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖ ଦିନ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ବାହିନୀ ଓ କେନ୍ଦ୍ର ପୋଲିସ ବାହିନୀର ନୋଡାଲ ଅଧିକାରୀ, ପ୍ରବର୍ତ୍ତନ ସଂସ୍ଥା, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରମୁଖଙ୍କ ସହିତ ପୃଥକ୍ ପୃଥକ୍ ଭାବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ ।