Image 1708066503

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୧୦ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି

Crime State

ଭୁବନେଶ୍ବର : ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ଇଡିର ଚଢ଼ାଉ । ଭୁବନେଶ୍ବରରେ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା ।

ପ୍ରୟାସକାନ୍ତିଙ୍କ ଘର ସାମ୍ନାରୁ ଦାମୀ ଫର୍ଚ୍ୟୁନର କାର ଜବତ ହୋଇଛି । ଜବତ ହୋଇଥିବା କାରଟି ପ୍ରୟାସକାନ୍ତିଙ୍କ ନାଁରେ ନଥିବା ଜଣା ପଡିଛି ।  ଉକ୍ତ କାରଟି ତ୍ରିଷ୍ଣା ବିଲଡରଙ୍କ ନାଁରେ ରେଜିଷ୍ଟ୍ରେସନ ହୋଇଥିବା ସୂଚନା ମିଳିଛି । କାର କିଣାବିକାର ଛାନବିନ କରୁଛି ଇଡ଼ି । ୨୦ ଏକର ଜମି ଦୁର୍ନୀତି ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ ହୋଇଛି । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।