695084 Maoist Pti

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

Crime State

ମାଲକାନଗିରି  : ପୋଲିସ-ମାଓବାଦୀ ଗୁଳି ବିନିମୟ । ଛତିଶଗଡ଼ର ଦାନ୍ତେୱାଡା ଓ ବିଜାପୁର ସୀମାନ୍ତରେ ଗୁଳି ବିନିମୟ ଜାରି ରହିଛି। DRG ଓ CRPF ଯବାନ କମ୍ବିଂ ଅପରେସନ ଚଳାଇଥିବା ବେଳେ ଗମପୁର ଜଙ୍ଗଲରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ କରିଥିଲେ। ଚଢାଉ ବେଳେ ପୋଲିସ ଉପରକୁ ଫାୟାରିଂ କରିଥିଲେ ମାଓବାଦୀ ।

ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାବାହିନୀ । ଗୁଳି ବିନିମୟ ବେଳେ ଅନେକ ଟପ୍ କ୍ୟାଡର ମାଓବାଦୀ ଖସି ପଳାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ସୌରଭ ରାୟ । ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ମାଓବାଦୀ କ୍ୟାମ୍ପ କରି ରହୁଥିବା ସୂଚନା ମିଳିଛି ।