Onn 3

ବାରିପଦାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟ

State

ବାରିପଦା: ଆସନ୍ତା ଜାନୁୟାରୀ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ କରିଛନ୍ତି । ସେହି ପରିପ୍ରେକ୍ଷୀରେ ତା ୨୭.୧୨.୨୦୧୩ ରିଖ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ପୁରୀରୁ ଏକ ପ୍ରତିନିଧି ମଣ୍ଡଳ ବାରିପଦା ଗସ୍ତକରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ସୂଚନା ଯୋଗ୍ୟ ଯେ ବାରିପଦା ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ଏହାର ନିମନ୍ତ୍ରଣ ପତ୍ର ବଣ୍ଟନ ବାରିପଦା ସ୍ଥିତ ପ୍ରସିଦ୍ଧ ହରି ବଳଦେବ ଜୀଉ ମନ୍ଦିର (ଜଗନ୍ନାଥ ମନ୍ଦିର) ଏବଂ ପରେ ପରେ ମା ଅମ୍ବିକା ମନ୍ଦିର ରେ ସମ୍ପାଦନା ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରାକ-ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ।

ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ଅଧିକାରୀ ତଥା ପୋଲିସ ପ୍ରଶାସନ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କାର୍ଯ୍ୟରତ ଅଛନ୍ତି। ପୁରୀରୁ ଆସୁଥିବା ପ୍ରତିନିଧି ମଣ୍ଡଳ ଏହି ଦୁଇ ପୀଠରେ ନିମନ୍ତ୍ରଣ ପତ୍ର ଦେଇ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିବା ପାଇଁ ମଧ୍ୟ ସୂଚନା ପ୍ରକାଶ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ., ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର), ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ବାରିପଦା ଉପାଜିଲ୍ଲପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରକାଶ କରିଛନ୍ତି।