Sdf

ପ୍ରତିଶୃତି ପରେ ଅନଶନରୁ ଓହରିଲେ ଓସା କର୍ମକର୍ତ୍ତା

State

ଆଗରପଡ଼ା :ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବ ନିର୍ଦ୍ଦାରିତ ସୂଚନା ଅନୁଯାୟୀ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ପ୍ରକାଶ ଜେନା,ସଂଯୋଜକ ବିପ୍ଲବ ହୋତା,ସମ୍ପାଦକ ବିକାଶ ଧଳଙ୍କ ସମେତ ପ୍ରଫୁଲ୍ଲ ପାଢୀ,ଅମୂଲ୍ୟ ମାଝି,ଅଶୋକ ସାହୁ,ସୁଶାନ୍ତ ଘଡ଼େଇ,ରତିକାନ୍ତ ସାହୁ,ବ୍ରଜ ଦାସ,ରବିନ୍ଦ୍ର ଦାସ,ସୁରେଶ ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ଅନଶନରେ ବସିଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆସନ୍ତା ୫ଦିନ ମଧ୍ୟରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାପରେ କର୍ମକର୍ତ୍ତାମାନେ ଅନଶନରୁ ଓହରିଥିବା ଜଣାପଡ଼ିଛି । ଏଠାରେ ପ୍ର୍‌କାଶ ଥାଉକି;ଡ଼େପୁଟେସନରେ ଥିବା ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବଙ୍କ ୟୁଜିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆରତୀ ସାହୁଙ୍କ ଅନ୍ୟତ୍ର ବଦଳି ହେବା ପରେ ମଧ୍ୟ ସେ ବିଦ୍ୟାଳୟ ଛାଡ଼ି ଯାଉନଥିବାର ଅଭିଯୋଗ ହେବା ସହ ବିଦ୍ୟାଳୟ ଛାଡ଼ି ନ ଯିବାର କାରଣ କ’ଣ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ା ଭଦ୍ରକ ଶାଖା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ଜିଳ୍ଲାପାଳଙ୍କୁ ଗତ ମାସ ୨୮ ତାରିଖରେ ଅବଗତ କରାଯିବା ସହ ଆଗାମୀ ୭ଦିନ ମଧ୍ୟରେ ଏଥି ନେଇ କୌଣସି ବିହୀତ ପଦକ୍ଷେପ ନିଆନଗଲେ ଆସନ୍ତା ଜୁଲାଇ ୬ତାରିଖରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । କିନ୍ତୁ ସରକାରୀ ଛୁଟି ଯୋଗୁଁ ଉକ୍ତ ଦିବସରୁ ଆରମ୍ଭ ହେବାକୁଥିବା ଅନଶନକୁ ସ୍ଥଗିତ ରଖାଯିବା ସହ ଆସନ୍ତା ଜୁଲାଇ ୧୮ ତାରିଖରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କାର୍ଯ୍ୟାଳୟ ଭଦ୍ରକ ଜିଲ୍ଲାପାଳଙ୍କୁ ଗତ ୫ତାରିଖରେ ପୁନଃ ଅବଗତ କରାଯାଇଥିଲା ।