Img 20240718 Wa0149

ରାଜ୍ୟ ସନ୍ତରଣ ମିଟ ରେ ଯୋଗଦେବେ ମୟୂରଭଞ୍ଜର ୧୬ ଯୁବ ସନ୍ତରଣ କ୍ରୀଡ଼ାବିତ

sports

ବାରିପଦା: ଆଜି ମୟୂରଭଞ୍ଜ ସଦର ମହକୁମା ବାରିପଦା ସ୍ଥିତ ବିଜୁ ପଟନାୟକ ସନ୍ତରଣାଗାରର ୧୬ ଜଣ ଜିଲ୍ଲା ସ୍ତରୀୟ ସନ୍ତରଣ କ୍ରୀଡ଼ାବିତ ରାଜ୍ୟ କ୍ରୀଡା ବିଭାଗ ଏବଂ ଓଡିଶା ସନ୍ତରଣ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସନ୍ତରଣ ମିଟରେ ଯୋଗଦାନ କରିବାକୁ ଯାଇଛନ୍ତି l ଏହି ୧୬ ଜଣିଆ ଦଳରେ ୧୧ ଜଣ ବାଳକ ଓ ୫ ଜଣ ବାଳିକା ଥିବାର ସୂଚନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଦେଇଛନ୍ତି lଏହି ରାଜ୍ୟ ସ୍ତରୀୟ ସନ୍ତରଣ ମିଟ ରେ ବଟରଫ୍ଲେ, ୧୦୦ ମି, ୨୦୦ ମି ବ୍ୟାକ ଷ୍ଟ୍ରୋକ, ଫ୍ରି ଷ୍ଟାଇଲ ଭଳି ବିଭିନ୍ନ ସନ୍ତରଣ କ୍ରୀଡା ବିଭାଗରେ କ୍ରୀଡ଼ାବିତ ମାନେ ଅଂଶଗ୍ରହଣ କରିବେ l ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ତରଫରୁ ଏହି ଯୁବ ଉଦୀୟମାନ ସନ୍ତରଣ କ୍ରୀଡ଼ାବିତ ମାନଙ୍କ ସଫଳତା କାମନା କରାଯାଇଅଛି l