ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।
ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଉଛନ୍ତି- ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଈଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,କେ.ଏଲ୍ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।
ଏହି ଟିମ୍କୁ ନେଇ ରୋହିତ ଶର୍ମା କହିଛନ୍ତି- ଆମେ ତିନି ଜଣ ଅଲରାଉଣ୍ଡର, ୪ ଜଣ ସିମର ଓ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇଛୁ। ଏହାଠୁ ଅଧିକ ଆମେ କିଛି କରିପାରିଥାଆନ୍ତୁ ବୋଲି ମୁଁ ଭାବୁନାହିଁ। ଆମେ ପାଖରେ ଥିବା ସମସ୍ତ ସାଧନକୁ ବିଚାରକୁ ନେଇ ଏହି ଦଳ ଗଠନ କରାଯାଇଛି।
ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହା ଅହମଦାବାଦରେ ଅନୁଷ୍ଠିତ ହେବ। ଭାରତର ମ୍ୟାଚ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। ଦଳ ତା’ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ତା’ର ତୃତୀୟ ମ୍ୟାଚ୍ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ଖେଳାଯିବ।