Ass

ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା, ନିର୍ଦ୍ଦେଶ ଦେଲେ ବାଚସ୍ପତି

State

ଭୁବନେଶ୍ୱର : ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ସେହିପରି ଗୃହ ଭିତରେ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।  ଗୃହରେ ଏ ସବୁ କରିବା ଅନୁଚିତ ।  ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି ବାଚସ୍ପତି  ।  ଏଥିସହ ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ।  କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି ।