Onn 3

ଶିମିଳିପାଳ ରେ ଠାବ ହେଲା ବିରଳ ପକ୍ଷୀ

State

ବାରିପଦା: ଜୈବ ବିବିଧତା ରେ ପରିପୂର୍ଣ୍ଣ ଶିମିଳିପାଳ ରୁ ଠାବ ହୋଇଛି ବିରଳ ପ୍ରଜାତି ର ‘ଏସି ମିନିଭେଟ’ ପକ୍ଷୀ । ଶିମିଳିପାଳ କତ୍ତୃପକ୍ଷ ଙ୍କ ମାର୍ଗଦର୍ଶନ ରେ ଦୀର୍ଘଦିନ ଧରି ଶିମିଳିପାଳ ର ପକ୍ଷୀ ଙ୍କ  ଅବସ୍ଥିତି ଉପରେ ଗବେଷଣା କରୁ ଥିବା ବନ୍ୟପ୍ରାଣୀ ଫୋଟଗ୍ରାଫର ଜୟ ପ୍ରକାଶ ସିଂହ ଏହି ଏସି ମିନିଭେଟ ପକ୍ଷୀ କୁ ଠାବ କରିବା ସହ ଏହାର ଚିତ୍ର ଉତ୍ତଳନ କରିଛନ୍ତି । ଓଡିଶା ରେ ଏହି ପକ୍ଷୀ ଟି ଅତ୍ୟନ୍ତ ବିରଳ ହୋଇ ଥିବା ବେଳେ ସାଇବେରିଆ , ଜାପାନ , କୋରିଆ ଭଳି ଦେଶ ମାନଙ୍କରେ ଏହି ପକ୍ଷୀ ଟି ଦେଖା ଯାଏ । ଏହାର ଲମ୍ବ ପ୍ରାୟ ୧୮ ରୁ ୨୦ ସେଣ୍ଟିମିଟର ହୋଇ ଥାଏ । ପୁରୁଷ ପକ୍ଷୀ ର ମୁଣ୍ଡ ଟି ଧୂସର ରଙ୍ଗର ହେବା ସହ କଳା ରଙ୍ଗର  ଟୋପି ଆକୃତି ର ଚିହ୍ନ ରହି ଥାଏ । ସେହିପରି ମାଈ ଚଢେଇ ମାନଙ୍କ କ୍ଷେତ୍ରରେ ଏହା ଧୂସର ହଳଦୀ ରଙ୍ଗ ର ହୋଇ ଥାଏ । ଏମାନେ ମୁଖ୍ୟତଃ ନିମ୍ନଭୂମି ଏବଂ ପାହାଡ଼ର ପାଦଦେଶର ଅଞ୍ଚଳ ମାନଙ୍କରେ ବସବାସ କରନ୍ତି । ଏହି ଚଢେଇମାନେ ସାଧାରଣତଃ ଗଛ  ଡାଳ ର ଅଗ୍ରଭାଗ ରେ ବସିବା ର ଦେଖାଅ ଯାଏ  ।

ଭାରତ ର  ଉତ୍ତର-ପୂର୍ବ ଭାଗ ଏବଂ ଦକ୍ଷିଣାଞ୍ଚଳ ର ଅଳ୍ପ କିଛି ସ୍ଥାନ ରେ ଅଳ୍ପ ସଂଖ୍ୟା ରେ ଏହି ପକ୍ଷୀ ଟି ଦେଖା ଯାଉ ଥିବା ବେଳେ  ଶିମିଳିପାଳ ରେ ଏହାର ଅବସ୍ଥିତି  ପରିବେଶବିତ୍ ତଥା ପକ୍ଷୀ ପ୍ରେମୀଙ୍କ ମନ ରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା କୁ ଠାବ କରି ଥିବା  ବନ୍ୟପ୍ରାଣୀ ଫୋଟଗ୍ରାଫର  ଜୟପ୍ରକାଶ ସିଂହ ଶିମିଳିପାଳ କତ୍ତୃପକ୍ଷ ଏବଂ ବନବିଭାଗ ର ସହଯୋଗ ରେ ଦୀର୍ଘ ଦିନ ଧରି ପକ୍ଷୀ ଙ୍କ ଉପରେ ଫୋଟଗ୍ରାଫି କରିବା ସହ  ଶିମିଳିପାଳ ରେ ଥିବା ବିଭିନ୍ନ ପ୍ରଜାତି ର ପ୍ରାୟ ଶହେ ରୁ  ଉର୍ଦ୍ଧ୍ବ ପକ୍ଷୀଙ୍କ ଫୋଟଚିତ୍ର କୁ ନିଜର କ୍ୟାମେରା ଲେନ୍ସ ରେ କଏଦ କରିବାରେ ସକ୍ଷମ ହୋଇଛନ୍ତି ।  ଏଥି ପାଇଁ ଶ୍ରୀ ସିଂହ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ଏହା ଆଗାମୀ ଦିନ ରେ ତାଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିବ ବୋଲି ମତପ୍ରକାଶ କରିବା ସହ ନିଜର  ସହଯୋଗୀ ଏବଂ ଶିମିଳିପାଳ ବନକତ୍ତୃପକ୍ଷ ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି |