Onn 3

ମା ହତ୍ୟାକାରୀ ପୁତ୍ର କୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ତା- ୨୬-୧୨- ୨୦୧୭ ମସିହା ମଇ ୫ ତାରିଖରେ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଡମ୍ବୁରୁଡହର ଗ୍ରାମରେ ୭୦ ବର୍ଷର ବୃଦ୍ଧ ମା ଜମ୍ଭିର ମାରାଣ୍ଡି କୁ ଅତି ଅମାନୁସନିକ ଭାବେ ହତ୍ୟା କରିଥିଲା ନିଜ ପୁତ୍ର ହରି ମାରାଣ୍ଡି । ଆଜି ଉକ୍ତ ହତ୍ୟା ମାମଲାର ବିଚାର କରି ଜିଲା ଓ ଦୈାରାଜଜ୍ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ପୁତ୍ର ହରି ମାରାଣ୍ଡି (୪୦) କୁ ଦୋଷୀ ସାବ୍ୟସ୍ତ କରିବା ସାଙ୍ଗକୁ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ।

ମାମଲାର ବିବରଣୀ ରୁ ପ୍ରକାଶ ଯେ ଉକ୍ତ ଦିନ ସକାଳ ପାଖାପାଖି ୮.୩୦ ମିନିଟ ସମୟରେ ଅଭିଯୁକ୍ତ ହରି ମାରାଣ୍ଡି ମା ଜମ୍ବିର ମାରାଣ୍ଡି କୁ ବାହାରୁ ଜୋର ଜବରଦସ୍ତ ଘୋଷାରି ଘର ଭିତରକୁ ନେଇ ପିଟା ମରା କରିବା ସହ କଚାଡି ଦେଇଥିଲା । ଫଳରେ ବୃଦ୍ଧ ମାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଏ ବାବଦରେ ପୋଡଶୀ ଗୈାରୀ ଟୁଡୁ ଙ୍କ ଅଭିଯୋଗକ୍ରମେ ବୈଶିଙ୍ଘା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଦାୟ ୧୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସସ୍ମିତା ମହାପାତ୍ର ପରିଚାଳନା କରିଥିଲେ ।