Covi.webp.webp

ଗଞ୍ଜାମରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

Health and Science State

 

covi

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।

ନୂଆ ଆକ୍ରାନ୍ତ ଚିହ୍ନଟ ପରେ, କୋଭିଡ ନିୟମାବଳୀ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ତେବେ ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଅଛି । ସେମାନଙ୍କର କେବଳ ଥଣ୍ଡା କାଶ ରହିଛି । କେହି ହସ୍ପିଟାଲରେ ନାହାନ୍ତି ସମସ୍ତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଥିବା ନେଇ ମଙ୍ଗଳବାର କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଜଣ କୋରାନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।