Img 20240918 Wa0227

ମୟୂରଭଞ୍ଜ ଜିଲ୍ଲାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ଚୂଡାନ୍ତ ମେଧା ତାଳିକାର ଅନୁମୋଦନ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ମାଧ୍ୟମରେ ବୁଧବାର ଦିନ ମୟୁରଭଞ୍ଜ କନିଷ୍ଠ ଶିକ୍ଷକ (Schematic) ୨୦୨୩ ଚୂଡାନ୍ତ ମେଧା ତାଳିକାର ତଥା OCAC କର୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ବିଦ୍ୟାଳୟର ଚୟନ ତାଳିକାର ଅନୁମୋଦନ ହୋଇଯାଇଛି। ଏହି ବୈଠକରେ ଅତିଥି ଭାଵେ ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ବିଧାୟିକା ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳି ମୁର୍ମୁ, ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ କରଞ୍ଜିଆ ଶ୍ରୀ ପଦ୍ମ ଚରଣ ହାଇବ୍ରୁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଉପସ୍ଥିତ ଥିବା ବେଳେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ପ୍ରମୁଖ ଏହି ବୈଠକର ସଂଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନୁମୋଦନର ବ୍ଲକୱାରୀ ସୂଚନା ଉପସ୍ଥାପନ କରିଥିଲେ। ସୂଚନା ଅନୁସାରେ, ଜିଲ୍ଲାରେ ସର୍ବମୋଟ ୮୨୭ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ OCAC କର୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ହୋଇସାରିଛି। ଏଣୁ, କଳା (ପ୍ରଥମ ରୁ ପଞ୍ଚମ) ବିଭାଗରେ ୧୬୭ ଜଣ, ବିଜ୍ଞାନ (ପ୍ରଥମ ରୁ ପଞ୍ଚମ) ବିଭାଗରେ ୨୫୧ ଜଣ, ଉର୍ଦ୍ଦୁ (ପ୍ରଥମ ରୁ ପଞ୍ଚମ) ବିଭାଗରେ ୪ ଜଣ, କଳା (ଷଷ୍ଠ ରୁ ଅଷ୍ଟମ) ୧୬୦ ଜଣ, ବିଜ୍ଞାନ (ଷଷ୍ଠ ରୁ ଅଷ୍ଟମ) ବିଭାଗରେ ୨୪୫ ଜଣ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ, ଏହି ବୈଠକରେ ସୂଚନା ଦେଇଥିଲେ। ଏହି ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ କିଭଳି ତ୍ୱରାନ୍ୱିତ କରାଯାଇ ଜିଲ୍ଲାରେ ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି କରାଯିବ ସେ ବିଷୟରେ ସମସ୍ତ ଜନ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ୟ, ଗୁଣି ବ୍ୟକ୍ତି ବିଶେଷ, ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଶିକ୍ଷାର ମାନଦଣ୍ଡ ବୃଦ୍ଧି ଏବଂ ଉତ୍ତମ ଶିକ୍ଷା ଵ୍ୟଵସ୍ଥା ପାଇଁ ସମସ୍ତ ପଦକ୍ଷେପ ନିଆ ଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା ସମସ୍ତ ଉପସ୍ଥିତ ଅତିଥି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଅଧିକାରୀ ବୃନ୍ଦ ଏବଂ ଲୋକପ୍ରତିନିଧିଙ୍କୁ ବୈଠକରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।