Img 20240918 Wa0278

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଇ-ସମର୍ଥର ଶୁଭାରମ୍ଭ

State

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଫିସ୍‌ ସ୍ୱୟଂକ୍ରିୟ ବ୍ୟବସ୍ଥା ଇ-ସମର୍ଥର ଶୁଭାରମ୍ଭ ହୋଇଯାଇଛି । ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏବଂ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ଅଫିସ୍‌ ସ୍ୱୟଂକ୍ରିୟ ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଥିଲା । ଇ-ସମର୍ଥ ହେଉଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ଶିକ୍ଷା ମନ୍ତ୍ରଣାଳୟର ସହଭାଗିତାରେ ନିର୍ମିତ ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଏକ ଡିଜିଟାଲ୍ ପ୍ଲାଟଫର୍ମ ଯାହାକି ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ପ୍ରଶାସନିକ ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ ଏବଂ ସ୍ୱୟଂଚାଳିତ କରିବା ପାଇଁ ପରିକଳ୍ପିତ । ଏହି ଉପଲକ୍ଷେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁଳପତିଙ୍କ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ମୁଖ୍ୟ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ଇ-ସମର୍ଥର ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଓ ନୋଡାଲ୍‌ ଅଧିକାରୀ ଡ. ଜନ୍ମେଞ୍ଜୟ ନାୟକ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ରମେଶ ତନ୍ତୀ, ଜ୍ୟୋତିକିଶୋର ମହାନ୍ତ, ଶୁଭମ୍‌ ପାଣି ଓ ଅଶୋକ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।