Img 20240917 Wa0202

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ

State

କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

ବାରିପଦା – ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ କଇଁପୁର ଗାଁ ତଥା ୫୨ମଉଜାର ଭଲ ପାକଣାପାଟ୍ ତଥା ନୃସିଂହ ଦେବଙ୍କର ତିନି ଦିନିଆ ଯାନ୍ତାଳ ମେଳା ଲଗାଣ ବର୍ଷାରେ ଫିକା ପଡ଼ିଯାଇଥିବାରୁ ଓ ଠାକୁରଙ୍କର ଦେହୁରୀ ବଂଶର ଜଣେ ବ୍ୟକ୍ତିଙ୍କର ସ୍ବର୍ଗପ୍ରାପ୍ତି ହୋଇଥିବାରୁ ତା;୧୬/୦୯/୨୦୨୪ ରିଖ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନାହିଁ |ତେଣୁ ଆସନ୍ତା ୨୨ ଓ ୨୩/୦୯/୨୦୨୪ରିଖରେ ଦୁଇ ଦିନ ଧରି ଯାନ୍ତାଳ ମେଳା କଇଁପୁର ଗାଁ ର ପାକଣା ପାଟ୍ ରେ ଅନୁଷ୍ଠିତ ହେବ ବୋଲି ଶ୍ରମିକ ଯୁବକ ସଂଘ ର ସଭାପତି,ସମ୍ପାଦକ ରଂଜନ କୁମାର ବାରିକ୍,କେସିୟର କେଶରୀ ନାଥ ଜଣାଇଛନ୍ତି |
ସୂଚନାନୁସାରେ ଠାକୁରଙ୍କ ପୂଜା ନୀତି ନିୟମାନୁସାରେ ଭୂମିଜ ସମ୍ପ୍ରଦାୟର ଦେହୁରୀମାନଙ୍କ ଦ୍ବାରା ୧୪ ଓ ୧୫ ତାରିଖରେ ଲଗାଣ ବର୍ଷା ଯୋଗୁ ପାହାଡ଼ରେ ଥିବା ନୃସିଂହନାଥଙ୍କ ପାଖରେ ଭକ୍ତମାନଙ୍କର ଭୋଗ ଲଗାଇବାରୁ ବଂଚିତ ହୋଇଥିଲେ |କାଁଭାଁ ଭକ୍ତମାନେ ଆସି ପୂଜା କରି ଫେରିଯାଇଥିଲେ କିନ୍ତୁ ହଜାର ହଜାର ଭକ୍ତମାନଙ୍କର ମନ ଦୁଃଖ ହୋଇଥିବାରୁ ପୁଣି ୨୨ ଓ ୨୩ ତାରିଖରେ ପୂଜା ଅନୁଷ୍ଠିତ ହେବ |ବିଶେଷ କରି ଏହି ଯାନ୍ତାଳ ମେଳାକୁ ଆଦିବାସୀମାନେ ନୂଆଁଖାଇ ରୂପରେ ମଧ୍ୟ ପାଳନ କରିଥାନ୍ତି |ବାବା ପାକଣାପାଟକୁ ଭୋଗ ଅର୍ପଣ କଲା ପରେ ଏହିଠାରେ ହିଁ ରୋଷେଇ କରି ବନ୍ଧୁବାନ୍ଧବଙ୍କ ସହ ନୂଆଁ ଖାଇଥାନ୍ତି କିନ୍ତୁ ଲଗାଣ ବର୍ଷା ପାଇଁ ତାହା ହୋଇପାରିନାହିଁ |ତେଣୁ ଜାମଦା ର ବାଉନ ମୌଜା ତଥା ହଜାର ହଜାର ଭକ୍ତ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁଣି ଆସନ୍ତା ରବିବାର ଓ ସୋମବାର ନୃସିଂହନାଥ ପୀଠ ପାକଣାପାଟ୍ ରେ ଯାନ୍ତାଳ ମେଳା ଅନୁଷ୍ଠିତ ହେବ ବୋଲି ସଂଘ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି