ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ମ୍ୟାଚରେ ମୟୁରଭଞ୍ଜ ରେଡ ମୟୁରଭଞ୍ଜ ଗ୍ରୀନକୁ ୧୮ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ରେଡ ୩୦ ଓଭରରେ ୭ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଲୋକନାଥ ପୃଷ୍ଟି ୪୭ ଓ ତରୁଣ ମାର୍ଣ୍ଡି ୩୭ ରନ କରିଥିବା ବେଳେ ବିପକ୍ଷ ଦଳର ଦିବ୍ୟ ରଞ୍ଜନ ସାହୁ ୩ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୟୁରଭଞ୍ଜ ଗ୍ରୀନ ସମସ୍ତ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ମାନସ ମାଲାକାର ୩୬, ବ୍ରିଜେଶ ମିଶ୍ର ୩୩ ଓ ଜୀତ ଦେ ୩୦ ରନ କରିଥିବା ବେଳେ ବିପକ୍ଷ ଦଳର ମନ୍ଥନ ସାନ୍ତରା ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ପୂର୍ବତନ ଜିଲ୍ଲା ସ୍ତରୀୟ କ୍ରିକେଟ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ , କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ ଗ୍ରୀନ ଓ ବି ସି ଏ କ୍ଲବ ମଧ୍ୟରେ ଖେଳ ହେବ I
