Img 20250426 wa0229

ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପହଲଗାମ ମୃତକଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

State
ବାରିପଦା : ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପହଲଗାମ ଠାରେ ଆତଙ୍କ ବାଦୀଙ୍କ ଗୁଳିରେ ଶହିଦ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଏବଂ ମହମବତୀ ଶୋଭାଯାତ୍ରା ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି. ନିକଟରେ ଜାମ୍ମୁ କାଶ୍ମୀର ପରିଭ୍ରମଣରେ ଯାଇଥିବା ୨୮ ଜଣ ତୀର୍ଥଯାତ୍ରୀଙ୍କୁ  ଆତଙ୍କବାଦୀ ମାନେ ଅତି ନିର୍ଦୟ ଭାବେ ହତ୍ୟା କରିଥିଲେ. ଏହି ଅମାନୁଷିକ ଘଟଣାକୁ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ଦୃଢ ନିନ୍ଦା କରି ନିଜର ବକ୍ତବ୍ୟ ରଖିଥିଲେ. ପ୍ରାରମ୍ଭରେ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଙ୍କ ପ୍ରତମୂର୍ତ୍ତି ସ୍ଥଳରୁ ଛଉ ପଡିଆ ଯାଏ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା | ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ସଦସ୍ୟ ପିତାମ୍ବର ମଲ୍ଲିକ, ପଣ୍ଡିତ ଭାଗବତ ପଣ୍ଡା, କୃତି ଶିକ୍ଷକ ଡ଼. ଶଶୀ ଧର ବିଶ୍ୱାଳ, ଦୀପକ କୁମାର ନାୟକ, ରାଜକିଶୋର ମହାନ୍ତ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ମହମ୍ମଦ ଇସ୍ମାଇଲ, ଜତିନ ଚନ୍ଦ୍ର ଗିରି, ସୁନୀଲ ମହାନ୍ତ, ପ୍ରଦୀପ ପଲେଇ, ସତ୍ୟ ନାରାୟଣ ସାହୁ, କମଲ ବେହେରା, ଗୋପାଳ ଚନ୍ଦ୍ର ସାଓ, ଏମ ସାଇ ଜ୍ୟୋତି, ଏମ. ସାଇ ପ୍ରୀତି ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ |