Onn 3

ବାଲିଯାତ୍ରା ପଡିଆରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Crime State

 

sdflj

ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ନଇ ମଝିରେ ଏକ ମୃତଦେହ ଦେଖିଥିଲେ ଯୁବତୀମାନେ । ଏନେଇ ପୋଲିସକୁ ଖବର ଦେବା ପରେ ଦମକଳ ବାହନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତକ ଜଣକ ବରିମୁଣ୍ଡ ଡ଼ିଅସାହିର ନିବାସ ଭୂୟାଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।