Onn 3

ପ୍ରାକ୍ତନ ଜିଲ୍ଲାପାଳଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଓ ସ୍ମରଣିକା ଉନ୍ମୋଚନ

State

ନିଶ୍ଚିନ୍ତକୋଇଲି: କଟକ ବୋର୍ଡ଼ ଅଫ ରେଭେନ୍ୟୁ କାର୍ଯ୍ୟାଳୟର ସେବା ନିବୃତ୍ତ ରାଜସ୍ୱ ଆୟୋଗୀ ଏବଂ ସଚିବ ତଥା ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ଗୋବିନ୍ଦ ସେଠୀଙ୍କ ଏକ ସ୍ମୃତିଚାରଣ ସଭା ଓ ତାଙ୍କ ସ୍ମୃତି ପାଇଁ ପ୍ରକାଶ ପାଇଥିବା ଏକ ସ୍ମରଣିକାର ଉନ୍ମୋଚିତ ହୋଇଛି ।

କୋଲଣପୁର ପଞ୍ଚାୟତ କୁଳିଆ ରଘୁନାଥଜୀଉ ମେଲଣ ପଡ଼ିଆରେ ସରପଞ୍ଚ ଗୋପବନ୍ଧୁ ସେଠୀଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମ୍ମାନିତ ଅତିଥି ଭାବେ ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଯୁବନେତା ମନୋଜ ସେଠୀ, ଅତିରିକ୍ତ ତହସିଲଦାର ସ୍ଥିତିଲାନା ପ୍ରିୟଦର୍ଶିନୀ ,କ୍ରୀଷ୍ଣା ପାଢୀ, ସାସ୍ୱତରଂଜନ ପ୍ରିୟଦର୍ଶନ,ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠୀ, ଯୁବନେତା ନିତ୍ୟାନନ୍ଦ ସେଠୀ, ହରେକୃଷ୍ଣ ସେଠୀ, ପୂର୍ବତନ ସମିତିସଭ୍ୟ ଯଚ୍ଚିନ୍ଦ୍ରନାଥ ଜେନା ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସେଠୀଙ୍କର ବହୁମୁଖୀ ପ୍ରତିଭା ଏବଂ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସଂକ୍ରାନ୍ତରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ଶେଷରେ ପତ୍ନୀ ବିଜୟଲକ୍ଷ୍ମୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।