Onn 3

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

State

 

Leopard-1

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ । କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରୁ ମିଳିଥିଲା। ବର୍ତ୍ତମାନ ମଧ୍ୟ ବାଘଟି ପିକୋଲ ଜଙ୍ଗଲରେ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି କଳରାପତରିଆ ବାଘ। ବାଘଟି ସୁନ୍ଦରଗଡ଼ ଜିଲ୍ଲା ହିମଗିରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ପିକୋଲ ଜଙ୍ଗଲରେ ବାଘ ଥିବା ଜାଣିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ଅଛନ୍ତି । ବନ ବିଭାଗ ପକ୍ଷରୁ ବାଘ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି ।