Img 20240317 Wa0225

ମୟୂରଭଞ୍ଜରେ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ସାମ୍ବାଦିକ ସମ୍ମିଳନୀ

State

ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଉଦ୍ଦେଶ୍ୟକୁ ସଫଳ କରିବା ଆମ କର୍ତ୍ତବ୍ୟ: ଜିଲ୍ଲା ନିର୍ବାଚନ ଅଧିକାରୀ
ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କଲେ ଜିଲ୍ଲାପାଳ ଏବଂ ଏସପି

ବାରିପଦା: ସାଧାରଣ ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଶିନ୍ଧେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ମୟୂରଭଞ୍ଜରେ କରଞ୍ଜିଆ ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟରେ ଏବଂ ଅନ୍ୟ ବିଧାନସଭା ପାଇଁ ୭ମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ। ଷଷ୍ଠ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୬ ମଇ ରଖ ଯାଇଛି। ୯ ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୫ ମଇ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି ଭାବରେ, ଜିଲ୍ଲାରେ ୭ମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୭ ମଇ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୪ ମଇ ରଖା ଯାଇଛି। ୧୭ ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୧ ଜୁନ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ବନ୍ଧରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ / ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ।ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଶ୍ରୀ ସିନ୍ଧେ କହିଥିଲେ, ଯେ ଜିଲ୍ଲାରେ ମତଦାତା ସଂଖ୍ୟା ୧୯,୩୧,୭୦୫ ଥିବା ବେଳେ ପୁରୁଷ- ୯୫୬୮୭୦, ମହିଳା-୯,୭୪,୭୪୮। ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୨୬୮୨୪ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବା ବେଳେ ନୂତନ ଭୋଟର ସଂଖ୍ୟା ୩୮୭୫୭ ହୋଇଥିବା ବେଳେ ୮୫ ବର୍ଷ ବୟସରୁ ଅଧିକ ୧୫୬୨୯ ଭୋଟର ଜିଲ୍ଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି।

ସେହିପରି ଭାବରେ ଜିଲ୍ଲାରେ ୯ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୮ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ସଖୀ ବୁଥ ୪୨୪, ଯୁବ ବୁଥ ୮୦, ମିଶ୍ରିତ ବୁଥ ୭୦୦, ଭିନ୍ନକ୍ଷମ ବୁଥ ୯, ସମସ୍ତ ପୁରୁଷ ବୁଥ ୧୧୫୫ ସମେତ ୨୩୬୮ଟି ବୁଥରେ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ କହି ଥିଲେ। ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ ଗଣମାଧ୍ୟମକୁ ବାର୍ତା ଦେଇ କହିଥିଲେଯେ ଏହି ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରା ଯାଇଛି। କୈଣସି ପ୍ରକାର ଦ୍ବନ୍ଦ୍ବ, ହିଂସା ଏବଂ ଅପରଡିକ କାର୍ଯ୍ୟର ପୁଙ୍ଖନୂପୁଙ୍କ ତଦନ୍ତ କରା ଯିବାପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଛି ତତ୍ସହିତ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ ପରିଚନ କରିହେବ ସେଠି ପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୂତି ଭୂଷଣ ନାୟକ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର,ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଡେପୁଟି କଲେକ୍ଟର ଇଲେକ୍ସନ ଶ୍ରୀ ଦୁର୍ଗା ଚରଣ ମୁର୍ମୁ,ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ବସୁନ୍ଧରା ଭିଟ୍ରିଆ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ,ଓ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।