Onn 3

ଫାଇଲେରିଆ ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

State

ଚଳିତ ଅଗଷ୍ଟ 10 ତାରିଖ ରୁ 19 ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

ବାରିପଦା : ଆଜି ଅପରାହ୍ନ ରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଫେସିଲିଟେସନ ସେଣ୍ଟର କକ୍ଷ ରେ ଫାଇଲେରିଆ ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତହୋଇଯାଇଛି | ବୈଠକ ପ୍ରାରମ୍ଭ ରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ରେ ଚଳିତ ମାସ ଅଗଷ୍ଟ 10 ତାରିଖ ରୁ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଫାଇଲେରିଆ ନିରାକରଣ ଅଭିଯାନ ସମ୍ଭନ୍ଧ ରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇଥିଲେ | ଯେହେତୁ ଓଡିଶା ରେ 11 ଗୋଟି ଫାଇଲେରିଆ ପ୍ରବଣ ଜିଲ୍ଲା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ଚିହ୍ନିତ ହୋଇଛି ତେଣୁ ଏହାର ନିରାକରଣ ପାଇଁ 2021 ମସିହା ରୁ ପ୍ରୟାସ ତଥା ନିୟମିତ ଚିକିତ୍ସା ଫଳରେ ପର୍ଯ୍ୟାୟ କ୍ରମେ 2021 ଏବଂ 2022 ମସିହା ରେ 91%, 93% ହ୍ରାସ ପାଇଥିବା ବେଳେ ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ୟମ କରାଯାଉଛି ଏବଂ ଏହି ଅଭିଯାନ କୁ ସମ୍ପୂର୍ଣ୍ଣ ସଫଳ କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

ଡାକ୍ତର ବନମାଳୀ ପ୍ରଧାନ ଏଡିପିଏଚଓ(ଭିବି ଡି )କହିଥିଲେ ଯେ ଏହି ଅଭିଯାନ ର ମୁଖ୍ୟ ଉଦେଶ୍ୟ ହେଉଛି ସାମୁହିକ ଔଷଧ ସେବନ ଦ୍ୱାରା ଫାଇଲେରିଆ ରୋଗ ର ସମ୍ପୂର୍ଣ୍ଣ ନିରାକରଣ | ନିଜେ ଏବଂ ନିଜ ପରିବାରର 6 ବର୍ଷରୁ ଉର୍ଦ୍ଧ ସଦସ୍ୟ ସମସ୍ତେ ଫାଇଲେରିଆ ନିରାକରଣ ଔଷଧ ଖାଇ ଫାଇଲେରିଆ ରୋଗରୁ ରକ୍ଷା ପାଆନ୍ତୁ | ଡିଇସି ବଟିକା ସହିତ ଅlଲବେଣ୍ଡାଜଲ ଓ ଏଇଭରମେକ୍ଟିନ ବଟିକା ଗୋଟିଏ ମାତ୍ରାରେ ସମୁଦାୟ 8 ଟି ବଟିକା ଖାଦ୍ୟ ଖାଇସାରିବା ପରେ ଏକ ସଙ୍ଗରେ ଖାଇବା ପାଇଁ ପରାମର୍ଶ ଦିଆଯାଇଛି |  ଗର୍ଭବତୀ ମହିଳା,2 ବର୍ଷ ରୁ କମ ବୟସ ଶିଶୁ, ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମା ଓ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତି ଙ୍କୁ ଏହି ବଟିକା ଖାଇବା ପାଇଁ ବାରଣ କରାଯାଉଛି | ଏହି ଔଷଧ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ରେ ଯୋଗାଇଦିଆଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ନିରାପଦ | ସ୍ୱାସ୍ଥ୍ୟ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ |

ତେଣୁ ଲୋକ ମାନେ କୌଣସି ପ୍ରକାର ଭୟ ଭିତ ନହୋଇ ବିନା ଆଶଙ୍କା ରେ ଏହି ଔଷଧ ସେବନ ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି | ଏହି ଅଭିଯାନ ରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ କିମ୍ବା ତାଲିମ ପ୍ରାପ୍ତ ସ୍ବେଛାସେବୀ ମାନେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଏକାଧିକ ବାର ଘରକୁ ଘର ଯାଇ ପ୍ରତ୍ୟେକ ପରିବାର ର ଉପଯୁକ୍ତ ସଦସ୍ୟ ଙ୍କୁ ଏହି ଔଷଧ ଖୁଆଇବା ସହିତ ପ୍ରତ୍ୟେକ ସରକାରୀ/ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ ର କର୍ମକର୍ତ୍ତା ମଧ୍ୟ ଉକ୍ତ ଔଷଧ ସେବନ କରିବେ.ଏଥି ପାଇଁ ଜନସାଧାରଣ ଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ର ଆବଶ୍ୟକତା ଥିବା ବେଳେ ସମାଜ ର ସବୁ ବର୍ଗ ର ଲୋକ ମାନଙ୍କ ସହଯୋଗ ରେ ଏହା ଫଳପ୍ରଦ ହୋଇପାରିବ ବୋଲି ପ୍ରକାଶ କରି ଥିଲେ | ଏହାପରେ ଭିବିଡି consultant ଶୁଚିସ୍ମିତା ପାତ୍ର ପାୱାର ପଏଣ୍ଟ ମାଧ୍ୟମ ରେ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଆକ୍ସନ ପ୍ଲାନ ସମ୍ଭନ୍ଧ ରେ ଉପସ୍ଥାପନ କରିଥିଲେ | ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗ ର ଅଧିକାରୀ ମାନଙ୍କୁ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ଆକ୍ସନ ପ୍ଲାନ ଅନୁଯାୟୀ ନିଜ ନିଜ ସ୍ତରରେ ଉଚିତ ପଦକ୍ଷେପ ନେଇ ଜିଲ୍ଲାରେ ଏହି ଅଭିଯାନ କୁ ସଫଳ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ଜିଲ୍ଲା ର ଜଣେ ହେଲେବି ଯେମିତି ଏହି ଔଷଧ ସେବନ ଅଭିଯାନ ରୁ ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ | ଏତଦ ବ୍ୟତୀତ ଜିଲ୍ଲରେ ଡେଙ୍ଗୁ ରୋଗ କୁ ପ୍ରତିହତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦେଶ ଦେଇଥିଲେ. ବିଶେଷ କରି ପାଣି ଜମା ହେଲେ ସେଥିରୁ ଡେଙ୍ଗୁ ମଶା ଜନ୍ମ ନେଉଥିବା ରୁ ଘର ଚାରି ପାଖ ଅଂଚଳ ରେ ଯେମିତି ପାଣି ଜମା ହୋଇ ନ ରହେ ସେଥି ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ | ଅନୁଷ୍ଠିତ ବୈଠକ ରେ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ,ପୋଲିସ ବିଭାଗୀୟ ଅଧିକାରୀ,ଲାଇନ ବିଭାଗ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |