Onn 3

ଯୁବ କ୍ରୀଡା ଉତ୍ସବ ଉଦଯାପିତ

sports State

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ନୂଆ – ଓ ଆନୁକୂଲ୍ୟରେ ବାରିପଦା ମ୍ୟୁନିସିପାଲିଟି ସ୍ତରୀୟ ଯୁବ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି I ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ୧୪ ରୁ ୩୫ ବର୍ଷ ବୟସର ଉଭୟ ପୁରୁଷ ଓ ମହିଳା ଦଳ ଗଠନ କରାଯାଇ କ୍ରିକେଟ, ଫୁଟବଲ, ଭଲିବଲ, କବାଡି ଓ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସେଥି ମଧ୍ୟରୁ ପ୍ରତ୍ୟେକ ଖେଳର ଶ୍ରେଷ୍ଠ ୪ ଟି ଦଳକୁ ଆଜି ପୁରସ୍କୃତ କରାଯାଇଛି I ଚାମ୍ପିୟନ ଦଳକୁ ୨୦ ହଜାର, ଟ୍ରଫି, ୧ମ ରନର୍ସ ଅପ ଦଳକୁ ୧୫ ହଜାର, ୨ୟ ରନର୍ସ ଅପ (୧) ଓ ୨ୟ ରନର୍ସ ଅପ (୨) କୁ ୧୦ ହଜାର ଲେଖାଏଁ ନଗଦ ରାଶି ପ୍ରଦାନ କରାଯିବା ସହ ସମସ୍ତ ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଛି I ସମସ୍ତ ଅଫିସିଆଲସ ଓ ସଂଯୋଜକ ମାନଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦିଆଯାଇଛି I ତତସହିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଅଂଶଗ୍ରହଣକାରି ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପ୍ରକାଶ କରିଥିଲେ I ନଗରପାଳ ଶ୍ରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠି ଓ ସମସ୍ତ କାଉନସିଲ ସଭ୍ୟ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ସୋମନାଥ ସିଂହ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ I

ପୁରୁଷ ବିଭାଗ କ୍ରିକେଟରେ ଫ୍ରେଣ୍ଡସ ଉଇନିୟନ ଡି ଆର କେ ଟାଇଗର୍ସ, ମୟୁରଭଞ୍ଜ ରୟାଲସ, ବି ଜେ ଏମ ସି ସି, ମହିଳା ବିଭାଗରେ ମୟୁରଭଞ୍ଜ ହିଟ, ଏମ କେ ସି ଗାର୍ଲସ, ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ପୁରୁଷ ବିଭାଗ ଫୁଟବଲରେ ପି ସି ଆଇ ଟି ଆଇ ଟପ ସ୍କିଲସ, ଏମ ପି ସି ଅଟନମାସ କଲେଜ, ଆଇମେନ କାଜୋଲ ଏଫ ସି, ଲେଡି ହେମିଲଟନ ୱାରିଅର, ପୁରୁଷ ଭଲିବଲରେ ମା କିଚକେଶରୀ ଭଲିବଲ ଏକାଡେମୀ, ମୁସକାନ, ଏମ ପି ସି ଅଟନମାସ କଲେଜ, ବାରିପଦା ହାଇଆର ସେକଣ୍ଡାରୀ ସ୍କୁଲ, ମହିଳା ବିଭାଗରେ ସରକାରୀ ମହିଳା ମହାବିଦ୍ୟାଳୟ, କ୍ରାଉନ ୱାରିଆର, ବାରିପଦା ହାଇଆର ସେକଣ୍ଡାରୀ ସ୍କୁଲ, ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପୁରୁଷ କବାଡିରେ ଏମ ମହାବୀର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ, କେ ଭି ଲେଜିଆନ୍ସ, ବୋଏଜ କବାଡି, ମହିଳା ବିଭାଗରେ ଏମ ପି ସି (ଅଟ) ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଏମ କେ ସି ଉଚ୍ଚ ବିଦ୍ୟାଳୟ, ବଳାଙ୍ଗୀ ୱାରିଆର, ପୁରୁଷ ଖୋ ଖୋ ରେ ପ୍ରତିଭା ହଷ୍ଟେଲ, ବାରିପଦା ଏମ ପି ଏଲ, ଟି ଟି ଆଇ ତକତପୁର, ରୁରାଲ ଇଲେଭେନ କେ କେ ଟିମ, ମହିଳା ବିଭାଗରେ ଟିମ ବାରିପଦା, ମୟୁରଭଞ୍ଜ ଟାଇଗର୍ସ, ସରକାରୀ ମହିଳା ମହାବିଦ୍ୟାଳୟ, ବଳାଙ୍ଗୀ ୱାରିଆର ଯଥାକ୍ରମେ ୧ମ, ୨ୟ, ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିଲେ I