Image 1708933133

ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲରେ ଉତ୍ତେଜନା

Crime State

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି ।

ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପରେ ସେଠାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତିରେ ମହିଳାଙ୍କୁ ଓଟିକୁ ନେଇ ପୁଣି ବାହାର କରିଦିଆଯାଇଥିଲା । ବାରମ୍ବାର ପ୍ରସବ ଯନ୍ତ୍ରଣା ପରେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା କରାଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ଏଭଳି ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଡାକ୍ତର ଓ ନର୍ସଙ୍କୁ ଗିରଫ ନକଲେ ମୃତଦେହ ନେବେ ନାହିଁ ବୋଲି ଅଡ଼ି ବସିଛନ୍ତି ପରିବାର ଲୋକେ ।