Onn 3

ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା ଶିବିର

State

ଆଗରପଡ଼ା: ଆଗରପଡ଼ା ସ୍ଥିତ କଳିଙ୍ଗ କଂପ୍ୟୁଟର୍ସ ପକ୍ଷରୁ କେନ୍ଦ୍ର ପରିସରରେ ଏକ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ଚିତ୍ତରଂଜନ ଉଦ୍‌ଗାତାଙ୍କ ସହଯୋଗରେ ଜ୍ୟୋତି ରଂଜନ ଷେଣ୍ଢ ଓ ଅଂଶୁଜିତ୍ ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ସୁସମ ଖାଦ୍ୟ ଖାଇ କିପରି ସ୍ୱାସ୍ଥ୍ୟର ସୁରକ୍ଷା କରାଯାଇପାରିବ ଓ ସଂପୂର୍ଣ୍ଣ ରୋଗ ମୁକ୍ତ ହୋଇ ପାରିବେ ତା ଉପରେ ଆଲୋକପାତ କରାଯାଇଥିଲା ।

କଳିଙ୍ଗ କଂପ୍ୟୁଟର୍ସ ସହ ନିର୍ଦ୍ଦେଶିକା ତଥା ଦୈନିକ ଖବର କାଗଜ ‘ସକାଳ’ର ଆରଗପଡ଼ା ପ୍ରତିନିଧି ମୋନାଲିସା ମହାନ୍ତି ଉକ୍ତ ଶିବିରକୁ ଉଦ୍‌ଘାଟନ କରିବା ସହ ସୁସମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ କଳିଙ୍ଗ କଂପ୍ୟୁଟର୍ସରେ କମ୍ପ୍ୟୁଟର ଶିକ୍ଷା ସହ ସୁସମ ଖାଦ୍ୟ ଉପରେ ଶିକ୍ଷା ମଧ୍ୟ ଦିଆ ଯିବାର ସୁବନ୍ଦୋବସ୍ତ କରାଯାଉଥିବାର ସୂଚନା ଦେଇଥିଲେ । କେନ୍ଦ୍ର ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସମେତ ଛାତ୍ରଛାତ୍ରୀ ନାରାୟଣ ସାହୁ,ଜିବନଜ୍ୟୋତି ନାଥ ଏବଂ ଚିନ୍ମୟୀ ନାୟକ ପ୍ରମୁଖ ଉକ୍ତ ଶିବିରକୁ ପରିଚାଳନା କରିଥିଲେ ।