Onn 3

ସାବଧାନ ସହରରେ ବଢୁଛି ଛିନତାଇ

Crime State

ବାରିପଦା: ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ଦିନ କୁ ଦିନ ବୃଦ୍ଧିପାଉଅଛି । ଅପରାଧିକ ସାମ୍ରାଜ୍ୟରେ କାୟା ବିସ୍ତାର କରିଚାଲିଥିବା ଅସାମାଜିକ ବ୍ୟକ୍ତିମାନେ ଦିନ ଦୁଇପ୍ରହରରେ ସହରର ବିଚ ରାସ୍ତାରେ ବୁଲାଉଛନ୍ତି ଖଣ୍ଡା ବୁଜାଲି , ରାତ୍ରୀରେ ଚୋରୀ ଆଉ ସକାଳୁ ସକାଳୁ ମସସ୍ତଙ୍କ ସମ୍ମୁଖରେ କରୁଛନ୍ତି ଛିନତାଇ । ଏହିଭଳି ଏକ ଘଟନା ଆଜି ଦେଖିବାକୁ ମିଳିଅଛି ବାରିପଦା ସହରର ଦାରୋଗାଡାହି ବାଇପାସ ଠାରୁ ଅଳ୍ପ ଦୂରରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ତେଜରାତି ଦୋକାନ ରେ । ଆଜି ସକାଳ ପାଖାପାଖି ସାତଟା ସମୟରେ ଅଞନା ସାହୁ ଦୋକାନ ଖୋଲୁଥିବା ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି କିଛି ଦୂରରେ ବାଇକଟିକୁ ରଖି ଦୋକାନ କୁ ଆସି ଏକ ତବାକୋ ପ୍ୟାକେଟ ମାଗିଥିଲେ ।

ଏହି ସମୟରେ ସୁଯୋଗ ଦେଖି ଅଞନା ସାହୁ ଙ୍କ ବେକରେ ଥିବା ଏକ ସୁନା ଚେନ ଟିକୁ ଛିନତାଇ କରି ସଙ୍ଗେ ସଙ୍ଗେ ବାଇକ ଧରି ଚମ୍ପଟ ମାରିଥିଲେ । ଅଞନା ଙ୍କ ପାଟି ଶୁଣି ଲୋକମାନେ ସେଠାରେ ରୁଣ୍ଡ ହୋଇଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇନଥିଲେ । ତେବେ ଉକ୍ତ ଦୋକାନ ଟି ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ବାସଭବନ ଠାରୁ ଅଳ୍ପ ଦୂରରେ ଥାଇ ମଧ୍ୟ ଏହିଭଳି ଏକ ଘଟଣା ଘଟିଅଛି ଯାହାକି ଲୋକମାନଙ୍କ ଭିତରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏ ବାବଦରେ ଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସିସି ଟିଭି କ୍ୟାମେରା କଏଦ ହୋଇଥିବା ଫଟୋ କୁ ନେଇ ତଦନ୍ତ ଜାରିରହିଅଛି ।