Onn 3

ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

State

ଚାରି ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ୭୫ତମ ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ

ବାରିପଦା: ସ୍ଥାନୀୟ ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ବାରିପଦା ପରିସରରେ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଭିନ୍ନକ୍ଷମ ପିଲା ମାନଙ୍କୁ ନେଇ ଏକ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା। ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଓ ସ୍ବେଛାସେବୀ ସଂଗଠନ ସାଧନାର ନିର୍ଦେଶକ ଶ୍ରୀ ରଞ୍ଜିତ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଜିଲ୍ଳା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୁଇୟସୀ ପ୍ରଶଂସା କରିଥିବା ସ୍ଥଳେ ସେମାନଙ୍କ ମଧ୍ୟରେ ଥିବା ଲୁକାଇତ ପ୍ରତିଭାର ବିକାଶର ଏହା ଏକ ମାଧ୍ୟମ ବୋଲି କହିଥିଲେ। ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ, ତାଙ୍କ ଉଦବୋଧନରେ ଭୀମ ଭୋଇଙ୍କର ଏକ କବିତା ଗାନ କରି ପିଲା ମାନଙ୍କ ମଧ୍ୟରେ ଏକ ନୁତନ ସୂର୍ଯ୍ୟ ର ଆଲୋକ ଦେଖାଇଥିଲେ କରିଥିଲେ । ଜିଲ୍ଲାର ୨୬ ଗୋଟି ବ୍ଲକରୁ ୨୬୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଶ୍ରବଣ ଓ ବାକ ଶକ୍ତି ବିଭାଗରୁ ୭୮ ଜଣ, ଚଳନ ଶକ୍ତି ରହିତ ବିଭାଗରୁ ୭୮ ଜଣ, ମାନସିକ ଅନଗ୍ରସର ବିଭାଗରୁ ୫୨ ଜଣ ଓ ସ୍ୱଳ୍ପ ଦୃଷ୍ଟିବ।ଧିତ ବିଭାଗରୁ ୫୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଶ୍ରବଣ ଓ ବାକ ଶକ୍ତି ବିଭାଗରୁ କପ୍ତିପଦା ବ୍ଲକ ଅଧିନସ୍ଥ ତ୍ରିନାଥ ସଂସ୍କୃତ ବିଦ୍ୟାଳୟ, ଗୋହିରାରେ ଅଧୟନରତ ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ମିନାକ୍ଷୀ ବେହେରା, ଚଳନ ଶକ୍ତି ରହିତ ବିଭାଗରୁ କେନ୍ଦ୍ରୀୟ ବିଦ୍ୟାଳୟ ଲକ୍ଷ୍ମୀପୋଷୀରେ ଅଧୟନରତ ଅଷ୍ଠମ ଶ୍ରେଣୀର ଛାତ୍ରୀ ଅଦ୍ଵୈତା ବାରିକ, ମାନସିକ ଅନଗ୍ରସର ବିଭାଗରୁ କପ୍ତିପଦା ଉପେନ୍ଦ୍ର ଦାସ ଊପ୍ରା ବିଦ୍ୟାଳୟ, ଗୋଲଗଡିଆରେ ଅଧୟନରତ ଦଶମ ଶ୍ରେଣୀ ଛାତ୍ରୀ ଅନୁରାଧା ବାରିକ ଓ ସ୍ୱଳ୍ପ ଦୃଷ୍ଟିବାଧିତ ବିଭାଗରୁ କରଞ୍ଜିଆ ବଳା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ହିନ୍ଦୁ ସୋରେନ ଯଥାକ୍ରମେ ପ୍ରତ୍ଯେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନଗଦ ଟ ୨୦୦୦.୦୦ (ଦୁଇ ହଜାର) ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯିବ । ଅନ୍ୟ ସମସ୍ତ ପ୍ରତିଯୋଗି ମାନଙ୍କୁ ସ୍ବାନ୍ତନା ମୂଳକ ପୁରସ୍କାର ସହ ମାନପତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ସମଗ୍ର ଶିକ୍ଷା ମୟୂରଭଞ୍ଜର ଜିଲ୍ଳା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀ ନିରଞ୍ଜନ ନାୟକଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଆୟୋଜନ କରାଯାଇଥିଲା । ବାରିପଦା ଉଚ୍ଚତର ବିଦ୍ୟାଳୟର ୨୦ ଜଣ ଏନ ଏସ ଏସ ଛାତ୍ର ଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନ ସାଧନାର କର୍ମୀ ତଥା ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ସାଧନ କର୍ମୀଙ୍କ ସହିତ ଶ୍ରୀ ବିରେନ୍ଦ୍ର କୁମାର ସାହୁ, ରୋହିତ କୁମାର ବିଶ୍ଵାଳ, ରେଖାରଣୀ ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।