Onn 3

ଉଦଯାପିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ନୂଆ-ଓ’ କ୍ରୀଡା ପ୍ରତିଯୋଗିତା

sports State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ‘ନୂଆ-ଓ’ କ୍ରୀଡା ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ରବିବାର ଦିନ, ସ୍ଥାନୀୟ ବାରିପଦା ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ପରିଷଦ,ମୟୂରଭଞ୍ଜ ଏବଂ ରାଜ୍ୟ କ୍ରୀଡା ବିଭାଗ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ୪ଟି ଉପଖଣ୍ଡର ସମସ୍ତ ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ, ବ୍ଲକ ପରେ ପରେ ଉପଖଣ୍ଡ ସ୍ତରରୁ ବିଜୟ ଲାଭ କରି ସାରି ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିଲେ. ଜିଲ୍ଲାରେ ଜାନୁଆରୀ ୧୭ ତାରିଖ ରୁ ୨୧ ତାରିଖ ଯାଏଁ ଉଭୟ ମହିଳା ଓ ପୁରୁଷ ଦଳ ଫୁଟବଲ, କ୍ରିକେଟ, ଖୋଖୋ, ଭଲ୍ଲିବଲ, କବାଡି ଏବଂ

ହକି କ୍ରୀଡ଼ାରେ ଭାଗ ନେଇ ୨୧ ତାରିଖ ଦିନ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ କରକମଳରେ ପୁରସ୍କୃତ ହୋଇଥିଲେ. ଏହି ୫ ଦିନ ବ୍ୟାପି ହୋଇଥିବା କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦା, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ଉପସ୍ଥିତ ରହି କ୍ରୀଡା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଥିବା ବେଳେ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ମଂଚ ପରିଚାଳନା କରିଥିଲେ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା ତଥା ପରିଚାଳନା କରିଥିଲେ |