Kalabaisakhi Rain

ବିହାରରେ କାଳବୈଶାଖୀର ତାଣ୍ଡବ, ଗଲାଣି ୧୦୨ ଜଣଙ୍କ ଜୀବନ

National & International

ବିହାର : ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ।  ଏଯାଏ ଗଲାଣି ୧୦୨ ଜଣଙ୍କ ଜୀବନ ।  ବିହାରରେ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ପ୍ରକୃତିର ପ୍ରଭାବ ।  ଭୀଷଣ ବର୍ଷା ଏବଂ ବ୍ରଜପାତ ଯୋଗୁଁ ଗତ ୨୪ ଘଣ୍ଟାରେ ୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦାରବଙ୍ଗା, ଜାମୁଇ ଏବଂ ସାହାରା ସମେତ ପ୍ରଭାବିତ ହୋଇଛି ୨୦ ଟି ଜିଲ୍ଲା ।  ନାଳନ୍ଦାରୁ ପ୍ରାଣ ହରାଇଛନ୍ତି ସର୍ବାଧିକ ।

କେବଳ ନାଳନ୍ଦାରେ ଏକ ବିରାଟ ବର ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯିବାରୁ ୨୨ ଜଣଙ୍କ ଜୀବନ ଯାଇଛି ।  ପାଟଣାରେ ସର୍ବାଧିକ ୪୨. ୬ ମିଲିମିଟର ରେକର୍ଡ ହୋଇଛି ।  ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।  ବିହାରରେ ବର୍ଷା ଏବଂ ଝଡ଼ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପାଇଁ ଘୋଷଣା କରିଛନ୍ତି ।

ସେହିପରି ଉତ୍ତରପ୍ରଦେଶରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ।  ସେପଟେ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା । ଆଜି କନ୍ଧମାଳ , ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ ଏବଂ ମାଲକାନଗିରିରେ କାଳବୈଶାଖୀ ଏବଂ ଘଡଘଡି ସହ ବର୍ଷା ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୪ ଜିଲ୍ଲା, ମୟୂରଭଞ୍ଜ, ରାୟଗଡା, ଗଜପତି ଏବଂ କୋରାପୁଟକୁ ଘଡଘଡି ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।