Onn 3

ସମଗ୍ର ମୟୁରଭଞ୍ଜରେ ଭଞ୍ଜସେନାର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

State

ମୟୁରଭଞ୍ଜ ର ବିକାଶ ପାଇଁ ଆଗାମୀ ନିର୍ବାଚନ ରେ ପ୍ରାର୍ଥୀ ଦେବ ଭଞ୍ଜସେନା

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ୨୦୨୪ ଜାନୁୟାରୀ ୨୩ ତାରିଖ ଦିନ ଭଞ୍ଜସେନା ତାର ୨୬ ତମ ପ୍ରତିଷ୍ଠା ଦିବସ, ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ସମଗ୍ର ମୟୁରଭଞ୍ଜ ରେ ପାଳନ କରିଛି l ଏହି ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାର ୨୬ଗୋଟି ବ୍ଲକ, ୨ ଗୋଟି ମ୍ୟୁନିସିପାଲିଟି ଓ ୨ ଗୋଟି ଏନଏସି ଗୁଡିକରେ ସଖାଳ ୬ଘଟିକା ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସବୁ ଛୋଟ ବଡ଼ ଚିକିତ୍ସାଳୟ ରେ ଫଳ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ,ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକରେ ମାଲ୍ୟାର୍ପଣ କରାଯିବା ସହିତ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ମଧ୍ୟ ସଖାଳ ୧୦ ଘଟିକା ସମୟସୀମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ତାପରେ “ଶିମିଳିପାଳ ସୁରକ୍ଷା ସହିତ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବା ସଂଗଠନର ମୂଳ ଲକ୍ଷ୍ୟ” ବୋଲି ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଜଣସଚେତନତା ଯୋଗାଇବା ଉଦ୍ୟେଶରେ ସଂଗଠନ ସହ ଜଡିତ ଥିବା ସ୍ଥାନୀୟ ଯୁବ ଛାତ୍ର ସଂଗଠକ ମାନଙ୍କୁ ନେଇ ବହୁ ଜାଗାରେ ପକେଟ ମିଟିଂ ମଧ୍ୟ ଅନୁଷ୍ଠିତ ହୋଇଥିଲା |
ପୁଣି ଅପରାହ୍ନ ସମୟରେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଓ ରାଇରଙ୍ଗପୁର ସହରରେ “ଶିମିଳିପାଳର ସୁରକ୍ଷା ସହିତ ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଆବଶ୍ୟକତା” ନେଇ ବିଶାଳ ଜନ ସଚେତନତା ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା l ବାରିପଦା ରେ ଏହି ବାଇକ୍ ରାଲି ମଧୁବନ ଭୈରବୀ ମନ୍ଦିର ରୁ ବାହାରି କୃଷ୍ଣ ଚନ୍ଦ୍ର ଗୋଲେଇ, ଷ୍ଟେସନ୍ ବଜାର, ପାଲବଣୀ, ମୂର୍ଗାବାଡି, ଭଞ୍ଜପୁର,ମାର୍କେଟ, ଟ୍ରାଫିକ ଛକ, କଲେଜ ଛକ ହୋଇ ବଡ଼ଦାଣ୍ଡ ଜଗନ୍ନାଥ ମନ୍ଦିର ରେ ସମାପନ ହୋଇଥିଲା ଏବଂ ରାଇରଙ୍ଗପୁର ରେ କଲେଜ ଛକ ଠାରୁ ଏକ ବାଇକ ରାଲି ସହର ପରିକ୍ରମା କରିଥିଲା |

ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତି ଙ୍କ ନେତୃତ୍ୱରେ ଆଜି ବାରିପଦା ରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଲାଲ ବାହାଦୁର ମହାନ୍ତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଉପ ସଭାପତି ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ଼,ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ, ମୁଖପାତ୍ର ମାନସ ବେହେରା, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ସଂଯୋଜକ ସୂର୍ଯ୍ୟବର୍ଦ୍ଧନ ସିଂହଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଷ ମହାନ୍ତି, ଜିଲ୍ଲା ମିଡ଼ିଆ ସେଲ ସହ ସଂଯୋଜକ ପ୍ରୀତମ ପଣ୍ଡା,………
ଆଗାମୀ ଦିନରେ ଭଞ୍ଜସେନା ମୟୁରଭଞ୍ଜ ଜିଲ୍ଲାର ନ୍ୟାର୍ଯ୍ୟ ଦାବୀ ଗୁଡିକୁ ହାସଲ କରିବା ପାଇଁଭଞ୍ଜସେନା ପୂର୍ବ ଠାରୁ ଅଧିକ ବଳିଷ୍ଠ ସଂଗ୍ରାମ କରିବ, ଆଉ ଜିଲ୍ଲାରେ ହେଉଥିବା ଆନ୍ଦୋଳନ ର ବିଷୟବସ୍ତୁ ଗୁଡିକୁ ସଠିକ ଭାବେ ପାର୍ଲିଆମେଣ୍ଟ ଓ ବିଧାନସଭା ରେ ଉପସ୍ଥାପନା କରିବାରେ ବିଫଳ ସହିତ ମାଟି ଆପେକ୍ଷା ପାର୍ଟିକୁ ଗୁରୁତ୍ୱ ପ୍ରଦାନ କରୁଥିବାରୁ ଜିଲ୍ଲାର ସାମୂହିକ ଓ ସାମଗ୍ରିକ ବିକାଶ ନିମନ୍ତେ ଭଞ୍ଜସେନା ଆଗାମୀ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରିବ ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |