Onn 3

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡକେଡମ ସେ ଗ୍ରାମରେ ୧୦/୦୨/୨୩ ତାରିଖ ଅପରାହ୍ନ ୫ ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଶୁଣାଣୀ କରାଯାଇଛି । ସୂଚନାଯୋଗ୍ୟ ଵଡକେଡମ ଗ୍ରାମର ଗ୍ରାମବାସୀଙ୍କର ସାଲାଇ ପୂଜାକୁ ନେଇ ଏକ ଗ୍ରାମ ବୈଠକ ଅନୁଷ୍ଠିତ ହେବାର ଥିଲା । ଏହାକୁ ନେଇ ଗ୍ରାମର ଡାକୁଆ ଜାନୁ ମୁର୍ମୁ(୫୩) ୧୦/୨/୨୩ ତାରିଖ ଦିନ ଅପରାହ୍ନରେ ଗ୍ରାମର ଘରକୁ ଘର ବୁଲି ଗ୍ରାମ ବୈଠକକୁ ଆସିବାକୁ ନିମନ୍ତ୍ରଣ କରିଥିଲେ ।ଜାନୁ ମୁର୍ମୁ ଖବର ଦେବାକୁ ରାମେଶ୍ବର ମୁର୍ମୁ ଙ୍କ ଘର ପାଖକୁ ଯାଇ ଖବର ଦେବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାମେଶ୍ବର ଏକ କାଠଫାଳିଆରେ ଜାନୁ ମୁର୍ମୁ ଙ୍କ ମଥାରେ ବାଡେଇ ଥିବାବେଳେ ସେ ଗୁରୁତର ହୋଇ ତଳେ ପଡି ଯାଇଥିଲେ ।

ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣାକୁ ନେଇ ଜାନୁ ମୁର୍ମୁ ର ପୁଅ ସୁନାମ ତଇରଇଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏକ ମାମଲା କେଶ ନମ୍ବର ୨୯/୨୩ ରୁଜୁ କରିଥିଲେ । ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ରିପୋର୍ଟ,୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଅଭିଯୁକ୍ତ ରାମେଶ୍ଵର ମୁର୍ମୁ ଙ୍କୁ ଆଜୀବନ କାରାଦଣ୍ଡ,୫୦୦୦ ଟଙ୍କା ଜୋରିମାନା ଓ ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଶୁଣାଣୀ କରିଛନ୍ତି । ଏପିପି ପଙ୍କଜ ଦାସ ସରକାରଙ୍କ ତରଫରୁ ପରିଚାଳନାରେ ସହଯୋଗ କରିଥିଲେ ।