Onn 3

ମୟୂରଭଞ୍ଜରେ ଗଡ଼ିଲା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ

State

ଜାତୀୟ ଜନଜାତି ଦିବସରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଲେ ସଂକଳ୍ପ ଯାତ୍ରାର ଶୁଭେଚ୍ଛା ବାର୍ତ୍ତା

ବାରିପଦା: ନିର୍ଦ୍ଧାରିତ ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ଜନ ଜାତି ଦିବସ ଅବସରରେ ଆଜି ତା ୧୫.୧୧.୨୦୨୩ ରିଖ ବୁଧବାର ଦିନ ଭାରତ ସରକାରଙ୍କର ଅନ୍ୟତମ ଯୋଜନା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହୋଇ ଯାଇଛି । ସମଗ୍ର ଭାରତରେ ଆଦିବାସୀ ବହୁଳ ୭୫ ଜିଲ୍ଲାରେ ଏହି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିବା ଏହି ସଂକଳ୍ପ ଯାତ୍ରା ଆଜି ମୟୂରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟସ୍ଥ ପ୍ରାଙ୍ଗଣରେ ଆନନ୍ଦ ଉଲ୍ଲାସରେ ତତ୍ସହିତ ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟି ଅଂଚଳରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଉଦ୍ଘାଟନ ହୋଇ ଯାଇଛି । ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆଭିମୁଖ୍ୟ ଏଇକିଯେ ଭାରତ ସରକାରଙ୍କର ସମସ୍ତ ବିକାଶୋନ୍ମୁଖୀ ଯୋଜନା ମାନକୁ ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଜନ ମାନସ ରେ ଆଦୃତ କରାଇବା। ଭାରତ ସରକାରଙ୍କର ସମସ୍ତ ଜନହିତକର ଯୋଜନା ସବୁ ଲୋକସମ୍ପର୍କ ମାଧ୍ୟମରେ ପ୍ରଚାର ଓ ପ୍ରସାର ହେବା ହେଉଛି ଏହାର ମୂଳ ଲକ୍ଷ୍ୟ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମର ସଂକଳ୍ପ ବାର୍ତ୍ତା ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର, ତଥା ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ଜନତାଙ୍କୁ ଏହି ଦିବସର ଏବଂ ଯାତ୍ରାର ଶପଥ ପାଠ କରାଇଥିଲେ। ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଭାରତୀ ହାଁସଦା ଏହି ସଂକଳ୍ପ ଯାତ୍ରା ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗ ଦେଇ, ମାନ୍ୟବର ମନ୍ତ୍ରୀ ମହିଳା ଏବଂ ଶିଶୁ ବିକାଶ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।

ଇତ୍ୟବସରରେ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହିତାଧିକାରୀ ମାନଙ୍କ ସହିତ ଜନ ପ୍ରତିନିଧି ମାନେ ଆଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କ ମତ ନେଇଥିଲେ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ବେଳେ ପ୍ରଧାନ ମନ୍ତ୍ରୀ, ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ଆଭାସୀ ମାଧ୍ୟମରେ ଯୋଡି ହୋଇ ପ୍ରଧାନ ମନ୍ତ୍ରୀ ସମଗ୍ର ଭାରତ ବର୍ଷର ସମସ୍ତ ଆଦିବାସୀ ଜନଜାତି ମାନଙ୍କର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମକୁ ସମର୍ପିତ କରିଥିଲେ। ପରବର୍ତୀ ମୁହୁର୍ତରେ ଜିଲ୍ଲା ମୁଖ୍ୟ ସଦର ମହକୁମା ବାରିପଦା ଠାରୁ ଏକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ରଥ ବାହାରିଥିଲା। ଧୁମୁସା, ମାଦଳ ଏବଂ ଆଦିବାସୀ ବାଦ୍ୟର ଗୁଞ୍ଜରଣରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ରଥ, ଏହି ପ୍ରକଳ୍ପର ଜିଲ୍ଲା ପ୍ରଭାରୀ ତଥା ନିର୍ଦ୍ଦେଶକ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଶ୍ରୀ ରବି ଶଙ୍କର (ଭା.ପ୍ର.ସେ.), ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ (ଭା.ପ୍ର.ସେ.), ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ସଂକଳ୍ପ ଯାତ୍ରା ଆରମ୍ଭ କରିଥିଲା. ସୂଚନା ଥାଉକି, ପ୍ରଥମ ଚରଣରେ ଏହି ସଂକଳ୍ପ ଯାତ୍ରା ରଥ ଓଡିଶାର ୯ ଗୋଟି ଜିଲ୍ଲା ରେ ଏହି ବାର୍ତ୍ତା ପହଞ୍ଚାଇବ। ଏହି କାର୍ଯ୍ୟକ୍ରମ ଜିଲ୍ଲାପ୍ରଶାସନର ସଂଯୋଜନା ହୋଇଥିବା ବେଳେ ଶ୍ରୀ ଅକ୍ଷୟ ପିଲ୍ଲାଇ, (ଭା.ପ୍ର.ସେ.), ଜିଲ୍ଲା ଆରକ୍ଷୀ ଅଧିକ୍ଷକା, ଏସ. ସୁଶ୍ରୀ(ଭା. ପୋ .ସେ.), ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା (ଓ.ପ୍ର.ସେ. ବ), ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରକାର, (ଓ.ପ୍ର.ସେ. ବ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ (ଓ.ପ୍ର.ସେ. ବ), ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ, ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ (ଓ.ପ୍ର.ସେ. ବ), ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠୀ ଉପସ୍ଥିତ ଥିବା ବେଳେ, ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ ।