Onn 3

କ୍ରୀଡା ପ୍ରତିଯୋଗିତା-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଘୋଷଣା କଲେ ପୁରସ୍କାର ରାଶି

sports State

ବାରିପଦା: ଯୁବଶକ୍ତିର ବିକାଶ ପାଇଁ କ୍ରୀଡା କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଗ୍ରେ ଥିବା ବେଳେ ରାଜ୍ୟ ସରକାର ଏହାକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗିତା-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅବନୀ ମୋହନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି କ୍ରୀଡା ପ୍ରତିଯୋଗିତା ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ ଅନୁଷ୍ଠିତ ଏହାବ ସହିତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି ଅଂଚଳର ପ୍ରତିଯୋଗିତାରେ କ୍ରିକେଟ୍, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ଭଲିବଲ୍ ଆଦି ଖେଳରେ ଚମ୍ପିୟାନ ଦଳ କୁ ୨୦,୦୦୦ ଟଙ୍କା, ପୁରସ୍କାର ରାଶି ରହିଥିବା ବେଳେ, ପ୍ରଥମ ଉପ ବିଜେତାଙ୍କୁ ୧୫,୦୦୦ ଟଙ୍କା ଏବଂ ଦ୍ଵିତୀୟ ଉପ ବିଜେତା ଓ ତୃତୀୟ ଉପବିଜେତାଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି।

ଏହି ପୁରସ୍କାର ରାଶି ଜିଲ୍ଲା ସ୍ତର ଏବଂ ମହାନଗରନିଗମ ପାଇଁ ବୃଦ୍ଧି ହୋଇ, ୫୦,୦୦୦ ଟଙ୍କା, ୩୦,୦୦୦ ଟଙ୍କା ଏବଂ ୨୦,୦୦୦ ଟଙ୍କା ଲେଖାଏଁ ରହିଛି। ସେହିପରି ଭାବରେ, ରାଜ୍ୟ ସ୍ତର ପାଇଁ ପୁରସ୍କାର ଅର୍ଥରାଶି ବାବଦକୁ ୨,୦୦,୦୦୦ ଟଙ୍କା, ୧,୦୦,୦୦୦ ଟଙ୍କା, ଏବଂ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟବସ୍ଥା କରାଯାଇଛି। ଅଂଶଗ୍ରହଣ ପାଇଁ ଯୋଗ୍ୟ ସମସ୍ତ ପୁରୁଷ ଓ ମହିଳାଙ୍କ ବୟସ ୧୩ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ ନିମନ୍ତେ ଆବେଦନ କରିପାରିବେ । ଆଶାୟୀ ଖେଳାଳି ପ୍ରତିଯୋଗୀ, ୱେବ୍‌ସାଇଟ୍ https://sports.odisha.gov.in କୁ ଯାଇ ନିର୍ଦ୍ଧାରିତ ଅନ୍‌ଲାଇନ୍ ଫର୍ମରେ ସମସ୍ତ ସୂଚନା ପୂରଣ କରିପାରିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରୀତିଯୋଗୀ ନିଜେ ରହୁଥିବା ଅଞ୍ଚଳରୁ ହିଁ ପଞ୍ଜିକରଣ କରିପାରିବେ । ସୂଚନାଯୋଗ୍ୟ ଯେ ପଞ୍ଜୀକରଣ ଅବଧି ୫ ରୁ ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଏବଂ ଏଥିପାଇଁ ବିଜୟୀ ଦଳମାନଙ୍କୁ ପୁରସ୍କୃତ କରାଯିବାନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।