Onn 3

ପୋଡାଅସ୍ତିଆରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ବିର ବିର୍ସା ମୁଣ୍ଡାଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ

State

ବାରିପଦା: ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ପୂର୍ବ ମୟୂରଭଂଜର ସଭାପତି ବାବୁଲାଲ ମୁର୍ମୁଙ୍କ ନେତୃତ୍ୱରେ ବିର ବିର୍ସା ମୁଣ୍ଡାଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି । ଜନ୍ମ ଜୟନ୍ତୀ ପାଳନ ଶୁଭାରମ୍ବରେ ପୋଡାଅସ୍ତିଆରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଜେ.ଏମ୍‌.ଏମ୍‌. ନେତା ସୁନାରାମ ସୋରେନ, ଜିଲ୍ଲା ସହ-ସମ୍ପାଦକ କିଶୋର ହାଁସଦାଃ, ଯୁଗ୍ମ ସମ୍ପାଦକ କେଦାର ସିଂ, ସହ-ସମ୍ପାଦକ ଠାକୁରା ସୋରେନ୍‌, ଯୁବ ସଭାପତି ଆକାଶ ସିଂ ଏବଂ ପ୍ରତ୍ୟେକ ବ୍ଲକ୍‌ର ସମ୍ପାଦକ, ସଭାପତି ଏବଂ ସମସ୍ତ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା କର୍ମୀ ଏବଂ କେଡାର ଉପସ୍ଥିତ ରହି ସମୂହ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ଆୟୋଜିତ ସଭାରେ ଅତିଥିବୃନ୍ଦ ବିର୍ସା ମୁଣ୍ଡା ଙ୍କ ଜୀବନୀ ଉପରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସର୍ବ ଶେଷରେ ସଭାପତି ଶ୍ରୀ ମୁର୍ମୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।