Onn 3

ନୂଆ-ଓ, କାର୍ଯ୍ୟକ୍ରମରେ ପରିବେଶ ସ୍ୱଚ୍ଛତା ସଚେତନତା

State

ନିଶ୍ଚିନ୍ତକୋଇଲି: ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପରିବେଶ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟାବଳୀ କମିଟି ନୋଡ଼ାଲ ଅଫିସର ଅଧ୍ୟାପକ ବଳରାମ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀମାନେ ହାତରେ ପ୍ଲାଗ କାର୍ଡ଼ ଧରି ବିଭିନ୍ନ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରି ସ୍ୱଚ୍ଛତା ସଂକ୍ରାନ୍ତ ଜନ ସଚେତନତା ସୃଷ୍ଟି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ +୨ କଲେଜ ଛାତ୍ର ଛାତ୍ରୀମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସର,କଲେଜ କ୍ୟାମ୍ପସ ଏବଂ ରାମଚଣ୍ଡୀ ପୀଠସ୍ଥଳୀ ସଫେଇ କରି ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧ୍ୟାପିକା ଡ଼ଃ.ସୁପ୍ରଭା ପରିଡ଼ା, ଅଧ୍ୟାପକ ଡ଼ଃ.ନରୋତ୍ତମ ବଳ, ଅଧ୍ୟାପକ ସୂର୍ଯ୍ୟକାନ୍ତ ମଲିକ, ମନୋଜ କୁମାର ରାଉତ, ଅଧ୍ୟାପିକା ଅନୁସୂୟା ରାଉତରାୟ, ଅଧ୍ୟାପିକା ଜ୍ୟୋତିପ୍ରଭା ସିଂ, ଅଧ୍ୟାପକ ବିଜୟ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ପରିବେଶ ସ୍ୱଚ୍ଛତା କିପରି ସମାଜ ଉପରେ ବିଶେଷ ପ୍ରଭାବ ପକାଇବ ଏବଂ ଏଥିପ୍ରତି ଲୋକମାନେ କିଭଳି ଯତ୍ନବାନ ହେବେ ସେ ସଂକ୍ରାନ୍ତରେ ସଚେତନତା ପାଇଁ ପରାମର୍ଶ ଦେଇଥିଲେ ।