Onn 3

ରାସ୍ତା ଉପରେ ଛିଡା ହୋଇଥିବା ଯୁବକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ

State

ବାରିପଦା: ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଵହଳଦା ରାସ୍ତାର ବାନାଡୁଙ୍ଗୁରୀ ଠାରେ ଭୟଙ୍କର ଛାତିଥରା ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଟ୍ରକ ଧକ୍କାରେ ଯୁବକ ଗୁରୁତର ।ଆଜି ଅପରାହ୍ନ ସମୟରେ ମର୍ମନ୍ତୁଦ ସଡକ ଦୂର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ନିକଟ ରେ ଘଟିଯାଇଛି । ସୂଚନା ଅନୁସାରେ ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ଗାଁର ହରେକୃଷ୍ଣ ମହାନ୍ତଙ୍କ ର ପୁତ୍ର ସୁବ୍ରତ କୁମାର ମହାନ୍ତ (୨୬) ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଓଡି ୦୯ କେୟୂ ୬୨୬୬ ଗାଡି ନଂ ଆଇରନ୍ ବୋଝେଇ ଟ୍ରକ ଗାଡିଟି ବୁଲାଇବା ସମୟରେ ଗାଡିର ପଛ ଛକରେ ଚାପି ହୋଇ ଯାଇଥିଲା ଯାହାଫଳରେ କି ଘଟଣା ସ୍ଥଳରେ ଯୁବକର ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଯୁବକଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲା ।ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠାଇଥିଲେ । ରକ୍ତ ଜୁଡୁବୁଡୁ ଯୁବକକୁ ଦେଖି ଦେଖଣାହାରୀ ଉତେଜିତ ହୋଇ ବାନାଡୁଙ୍ଗୁରୀ ଛକ ନିକଟ ରେ କ୍ଷତି ପୂରଣ ଦାବିରେ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ପି ଆର୍ ଏମ୍ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ବହଳଦା ପୋଲିସ ଓ ରାଇରଙ୍ଗପୁର ଏସ୍ ଡି ପିଓ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରି ଘଟଣା ସ୍ଥଳ ଶାନ୍ତିପୂର୍ଣ୍ଣ ହୋଇଥିଲା । ପୋଲିସ ଏ ନେଇ ତଦନ୍ତ ଚଳାଇଛି ।