Onn 3

କୁସୁମି ରେ ଟିପିଏନଓଡିଏଲ ପକ୍ଷରୁ ଜନପ୍ରତିନିଧିଙ୍କୁ ନେଇ ସଚେତନତା କର୍ମଶାଳା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ସମ୍ମିଳନୀ କକ୍ଷରେ ବିଡ଼ିଓ ଧନି ଚରଣ ମୁର୍ମୁଙ୍କ ସଭାପତିତ୍ବରେ ଟାଟା ପାଓ୍ବାର ପକ୍ଷରୁ ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେପୁଟି ମେନେଜର ଆଶୁତୋଷ ପଣ୍ଡା,ସେକ୍ସନ କମର୍ସିଆଲ ଅଫିସର ଭାଗ୍ୟବାନ ସେନ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଚିତ୍ତ ରଂଜନ ସାହୁ , କନିଷ୍ଠ ଯନ୍ତ୍ରୀ ମୁପାନ୍ନା ପ୍ରସାଦ ରାଓ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲ ।ଡେପୁଟି ମେନେଜର ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

କିପରି ଉପଭୋକ୍ତା ଓ ବିଦ୍ୟୁତ ବିଭାଗ ମଧ୍ଯରେ ଦୂରତ୍ବ କମିବ, ଲୋକମାନେ କିଭଳି ଉତ୍ତମ ସେବା ପାଇବେ, ସ୍ମାର୍ଟ୍ ମିଟର ବ୍ୟବହାର, ସ୍ବାସ୍ଥ୍ୟ ସେବା,ଭୋକେସନାଲ ତାଲିମ, ସାମାଜିକ ଗଣମାଧ୍ୟମରେ ବିଭାଗର ନିକଟତର ହେବା,,ଅନ୍ୟ ଲାଇନରେ କିଭଳି ସମସ୍ତ କାର୍ଯ୍ୟ ଉପଭୋକ୍ତା ମାନେ ସଂପାଦନ କରି ପାରିବେ ତାହାରି ଉପରେ ଅତିଥିମାନେ ସୁନ୍ଦର ଭାବରେ ଆଲୋକପାତ କରିଥିଲେ । ଜନପ୍ରତିନିଧି ମାନେ ଉପସ୍ଥିତ ରହି ସେମାନେ ଅନୁଭବ କରୁଥିବା ସମସ୍ୟା ଉପସ୍ଥାପନ କରିଥିଲେ ।ବିଦ୍ୟୁତ ବିଭାଗ ତରଫରୁ ସବୁବେଳେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।ଶେଷରେ କାର୍ଯ୍ୟକ୍ରମକୁ ସଫଳ ଓ ସହଯୋଗ କରିଥିବାରୁ ଉପସ୍ଥିତ ଥିବା ସମସ୍ତଙ୍କୁ ଏସଡିଓ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।