Onn 3

ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀରେ ପାରଳାର ଦାବୀ

State

ଗଜପତି/ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ରାଜ୍ୟ ସ୍ତରୀୟ ଉତ୍କଳ ସମ୍ମିଳନୀର ତୃତୀୟ କେନ୍ଦ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ପ୍ରଫେସର ଅଦୈତ ପ୍ରସାଦ ପାତ୍ର ଅଧ୍ୟକ୍ଷତା କରିଥିଲେ।ଗଜପତି ଶାଖାର ପରାମର୍ଶ ଦାତା ବିନୋଦ ଚନ୍ଦ୍ର ଜେନାଙ୍କୁ ତାଙ୍କ ଅଞ୍ଚଳର ସମସ୍ୟା ସମ୍ପର୍କରେ ମତ ରଖିବା ପାଇଁ ଆହ୍ୱାନ କରାଯିବାରୁ ଶ୍ରୀ ଜେନା କହିଥିଲେ ଯେ ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ବର୍ତ୍ତି ସ୍ଥାନକୁ ଗମନାଗମନ ପାଇଁ ପକ୍କା ରାସ୍ତା ସହିତ ବସ ଚଳାଚଳ ବିଦ୍ୟାଳୟ ଗୁଡିକର ଓଡ଼ିଆ ଶିକ୍ଷକଙ୍କ ନିର୍ଯୁକ୍ତି ଉପରେ ଗୁରୁତ୍ୱ, ସୀମାନ୍ତବର୍ତ୍ତି ସ୍ଥାନରେ ପୋଲିସ ଫାଣ୍ଡିର ଗଠନ, ଆନ୍ଧ୍ର ବିଦ୍ୟାଳୟରେ ଓଡ଼ିଆ ପିଲାଙ୍କ ବହି ଶିକ୍ଷା ବର୍ଷ ଆରମ୍ଭରେ ଯୋଗାଇ ଦେବା ଆଦି ସମସ୍ୟା ଗୁଡିକର ତୁରନ୍ତ କିପରି ସମାଧାନ ହୋଇ ପାରିବ।

ରାଜ୍ୟ ସ୍ତରରେ ଉତ୍କଳ ସମ୍ମିଳନୀ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ।ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିନିଧିମାନେ ଯୋଗ ଦେଇ ଥିବା ବେଳେ ଗଜପତିରୁ ଲିଙ୍ଗରାଜ ଦାସ ତ୍ରିପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।