Img 20240502 Wa0115

ବିଶ୍ୱ ଶ୍ରମିକ ଦିବସରେ ଓଡିଶା ଡ୍ରାଇଭର ମହାସଂଘ ମୟୁରଭଞ୍ଜ ଶାଖା ତରଫରୁ ଶ୍ରମିକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

State

ବାରିପଦା :  ବିଶ୍ୱ ଶ୍ରମିକ ଦିବସ ଅବସରରେ ଓଡିଶା ଡ୍ରାଇଭର ମହାସଂଘ, ମୟୁରଭଞ୍ଜ ଶାଖା ତରଫରୁ ଶ୍ରମିକମାନଙ୍କୁ ମିଷ୍ଟାନ୍ନ ଓ ଦହିପାଣି ବଣ୍ଟନ କରାଯାଇଛି I ସଂଘର ସଭାପତି ବିନୋଦ ଲୋହାର, ଉପ ସଭାପତି ବିଦ୍ୟାଧର ମଣ୍ଡଳଙ୍କ ନେତୃତ୍ୱରେ ମନୋଜ ବେହେରା, ମାଧବାନନ୍ଦ ମହାରଣା, ସାମଲ ବେହେରା, ନିରଞ୍ଜନ ପାତ୍ର, ଅଭିଜିତ ଦଣ୍ଡପାଟ, ବାପୁଜୀ ମହାନ୍ତ, ଗଜେନ୍ଦ୍ର ପାତ୍ର, ଜଗବନ୍ଧୁ ପାତ୍ର, ରବୀନ୍ଦ୍ର ଦାସ, ଗୌତମ ବେହେରା, ମୋଟୁ ବିନ୍ଧାଣି, ମକରଧ୍ଵଜ ବେହେରା, ମଦନ ବେଶ୍ରା ଓ ନିରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ସ୍ଥାନରେ ପହଂଚି ଦିନ ମଜୁରିଆ ଶ୍ରମିକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦହିପାଣି ଓ ମିଠା ବଣ୍ଟନ କରିଥିଲେ I ଶେଷରେ ରଘୁନାଥପୁର ସ୍ଥିତ ମ୍ୟୁନିସିପାଲିଟି ଅଳିଆ ଆବର୍ଜନା ସେଣ୍ଟରରେ ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ରରେ କାର୍ଯ୍ୟରତ ଶ୍ରମିକ ମା’ ମାନଙ୍କୁ ଦହିପାଣି, ମିଠା ଓ ମାସ୍କ ବଣ୍ଟନ କରିଥିଲେ I ଦେଶର ପ୍ରଗତିରେ ଶ୍ରମିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସଙ୍ଘର ସଭାପତି ଶ୍ରୀ ଲୋହାର ପ୍ରକାଶ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ I