ସମାନ କାମକୁ ସମାନ ଦରମା ସହିତ ଉନ୍ନତ ମାନର ଯନ୍ତ୍ରପାତି ଯୋଗାଇ ଦେବା ଆମର ଦାବି
ବାରିପଦା : ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ତରଫରୁ ସ୍ଥାନୀୟ ରୋଟାରୀ କ୍ଲବ୍ ପରିସରରେ ଆନ୍ତର୍ଜାତିୟ ଶ୍ରମିକ ଦିବସ ବିଦ୍ଯୁତ୍ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପାଳନ କରାଯାଇଛି।ଆମେରିକାର ଚିକାଗୋ ସହରରେ ୧ ମେ ୧୮୮୬ ମସିହାରେ ହୋଇଥିବା ଐତିହାସିକ, ବୈପ୍ଳବିକ ଆନ୍ଦଳନରେ ସହିଦ ହୋଇଥିବା ଶ୍ରମିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସେବେଠାରୁ ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ ହୋଇ ଆସୁଛି।କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଠିକା ପ୍ରଥା ବା ଶୋଷଣ ପ୍ରଥାକୁ ପ୍ରାଧାନ୍ୟ ଦେଇ ପୁଞ୍ଜିପତି ମାନେ ଶ୍ରମିକ ମାନଙ୍କୁ ଶୋଷଣ କରିବା ଏକ ନୂତନ ଆନ୍ଦୋଳନ ଗଢି ତୋଳିବାର ଆହ୍ବାନ ଦେଉଛି।ବିଦ୍ଯୁତ୍ ଶ୍ରମିକ ମାନେ ମଧ୍ୟ ଶୋଷିତ ଏବଂ ନିଷ୍ପେସିତ ହୋଇ ଠିକା ପ୍ରଥାର ଶିକାର ହେଉଛନ୍ତି।ଶ୍ରମିକ ଜାତି ଉପରେ ହେଉଥିବା ଅନ୍ଯାୟ,ଅତ୍ଯାଚାର,ଶୋଷଣ ବିରୋଧରେ ଲାଲ୍ ଝଣ୍ଡା ଲାଲ୍ ସଲାମ ସ୍ଲୋଗାନରେ ଉକ୍ତ ଦିବସଟି ଶ୍ରମିକ ମାନଙ୍କର ହକ୍ ର ଲଢେ଼ଇ ର ଦିବସ ଭାବରେ ବିଶ୍ବରେ ବିଦିତ।ପ୍ରଥମେ ସଙ୍ଘର ଜିଲ୍ଲା ସଭାପତି ସୁବ୍ରମଣ୍ଯମ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରାଙ୍କ ସହିତ ବହୁ ବିଦ୍ଯୁତ୍ କର୍ମଚାରୀ ଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇ ପ୍ରଦୀପ ପ୍ରଜ୍ବୋଳନ କରାଯାଇ
ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା।ସଙ୍ଘର ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ପୌରହିତ୍ଯରେ ସଭାକାର୍ଯ୍ଯ ପରିଚାଳନା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ବେହେରା,ମୁଖ୍ୟ ବକ୍ତା ଭାବେ ସଙ୍ଘର ସହ ସାଧାରଣ ସମ୍ପାଦକ ଚନ୍ଦନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ବିଦ୍ଯୁତ୍ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ।
ସଭାପତି ତାଙ୍କ ଭାଷଣରେ ଶ୍ରମିକ ମାନଙ୍କର ଦେଶ ପାଇଁ ଅବଦାନ ଏବଂ ସେମାନଙ୍କର ସଙ୍ଘର୍ଷର କାହାଣୀ ବିଷୟରେ ଆଲୋକପାତ କରିବା ସହିତ ବିଦ୍ଯୁତ୍ ଶ୍ରମିକ ମାନଙ୍କ ଦ୍ବାରା ୨୪ ଘଣ୍ଟା ବିଦ୍ଯୁତ୍ ସେବା ପ୍ରଦାନରେ ଶ୍ରମ ଦାନ କରାଯାଉଛି ସେ ବିଷୟରେ କହିଥିଲେ।ସଙ୍ଘର ସାଧାରଣ ସମ୍ପାଦକ ତଥା ମୁଖ୍ୟ ଅତିଥି ଉପସ୍ଥିତ ସମସ୍ତ ଶ୍ରମିକ କର୍ମଚାରୀ ମାନଙ୍କୁ ଶ୍ରମିକ ଦିବସର ଅଭିନନ୍ଦନ ଜଣାଇଥିଲେ। ବିଦ୍ଯୁତ୍ ଶ୍ରମିକ ମାନେ ବିଭିନ୍ନ ସମୟରେ ବିଦ୍ଯୁତ୍ ସରବରାହ ବିଛିନ୍ନ ସମୟରେ ନିଜ କାର୍ଯ୍ୟ କ୍ଷେତ୍ରରେ ଉପଭକ୍ତା ମାନଙ୍କର ଆକ୍ରଷର ଶିକାର ହେଉଛନ୍ତି।ତେଣୁ ତୁରନ୍ତ ସେବା ଯୋଗାଇବା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ସହିତ ଅଧିକ ପରିମାଣର ଶ୍ରମିକ ନିୟୋଜନ ସହିତ ବିଦ୍ଯୁତ୍ ଶ୍ରମିକ ଏବଂ ସଙ୍ଘର ମୁଖ୍ୟ ଦାବି ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ନିଆଯିବ ବୋଲି କହିଥିଲେ।ସଙ୍ଘର ବରିଷ୍ଠ କର୍ମକର୍ତ୍ତା ସଞ୍ଜୟ କୁମାର ଘୋଷ,ଦିନେସ କୁମାର ଗୁପ୍ତା,ମାନସ ରଞ୍ଜନ ଦାସ, ମୁକ୍ତେଶ୍ଵର ପାଇକରାୟ, ପ୍ରଦୀପ କୁମାର ନାଥ,ଉତ୍ପଳ କୁମାର ଭଞ୍ଜବାବୁ, ଆଶିଷ କୁମାର ଜେନା,ଜ୍ଯୋତି କାନ୍ତ ବେହେରା, ରାଜନାରାୟଣ ସିଂ,ପ୍ରମୋଦ କୁମାର ପାତ୍ର, ଅଭିଜିତ ବିଶ୍ବାସ,ରଜତ କୁମାର ସାହୁ, ଅଚ୍ଯୁତ କୁମାର ସାହୁ, ଦୀପକ ସାହା ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ବାରିପଦା ସବ୍ ଡିଭିଜନ ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ଯୋଗଦେଇଥିଲେ।