ବାରିପଦା: ବାରିପଦାରେ ଅସହ୍ୟ ଗରମ ପଡିଥିବାକୁ ଏବଂ ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ବେଳେ ଜଣେ ରକ୍ତଦାନ ନକଲେ ଅନ୍ୟର ଜୀବନ ବଞ୍ଚାଇବା ଅସମ୍ଭବ I ପି ଆର ଏମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କର ତତକ୍ଷଣାତ ରକ୍ତ ଦରକାର ପଡିବା ଖବର ପାଇ ସାହାଯ୍ୟର ହାତ ବଢ଼ାଇଥିଲେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ରାଉତ ଓ କର୍ମଚାରୀ ବାମା ଚରଣ ବାନରା I ସମାଜସେବୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଉଭୟଙ୍କ ସହ ଯୋଗାଯୋଗ କରି ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I ପ୍ରଥମ ଥର ରକ୍ତଦାନ କରିଥିବା ସୁମିତ୍ରାଙ୍କୁ ଓଡିଶା ରକ୍ତ କେନ୍ଦ୍ର, ବାରିପଦାରେ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ, ବିଶିଷ୍ଟ ରକ୍ତଦାତା ନିରୋଜ କୁମାର ପୋଥାଳ, ସମାଜସେବୀ ରଣଜିତ ଦାସ, ଶିକ୍ଷୟତ୍ରୀ ସସ୍ମିତା ପାତ୍ର, ରୁଚିକା ଖୁରାନା ଓ ଶ୍ରୀ ସିଂହ ଙ୍କ ଉପସ୍ଥିତିରେ ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା I ତତସହିତ ନାରାୟଣ ସେବା ଟ୍ରଷ୍ଟ ତରଫରୁ ମଧ୍ୟ ସୁମିତ୍ରାଙ୍କୁ ପ୍ରଥମ ଥର ଏବଂ ବାମାଚରଣଙ୍କୁ ୯ମ ରକ୍ତଦାନ ପାଇଁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରଥମ ଥର ରକ୍ତଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବାର ସୁଯୋଗ ପାଇଥିବାରୁ ସୁମିତ୍ରା ବେଶ ଆତ୍ମସନ୍ତୋଷ ଲାଭ କରିବା ସହ ଏହି ପରିସ୍ଥିତିରେ ବହୁସଂଖ୍ୟାରେ ସ୍ବେଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି I