Img 20240502 Wa0044

ମଇ ଦିବସରେ ଶ୍ରମିକ ସମାଜକୁ ସଂଗଠିତ ହେବାକୁ ନିର୍ମାଣ ଶ୍ରମିକ ସଂଘ ର ଆହ୍ଵାନ

State

ବାରିପଦା:- ସ୍ଥାନୀୟ ପାଲବଣୀଠାରେ ନିର୍ମାଣ ଶ୍ରମିକ ସଂଘ ସମନ୍ନୟ ସମିତିର ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସମିତିର ସାଧାରଣ ସମ୍ପାଦକ ଶ୍ରୀ କାହ୍ନୁଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଓ ସମିତିର ସଭାପତି ଶ୍ରୀ ଅମଲ ଦେ ଓ ହିନ୍ଦ୍ ମଜଦୁର ସଂଘର ସଭାନେତ୍ରୀ ସିନଗୋଲତା ମାଝୀଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିିତ କାର୍ଯ୍ୟକ୍ରମରେ ପଟ୍ଟାବିହୀନ ବାସିନ୍ଦା ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଗୋପବନ୍ଧୁ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ। ବକ୍ତାମାନେ ମଇ ଦିବସର ତାତ୍ପର୍ଯ୍ୟ ଓ ବର୍ତ୍ତମାନର ପରିପ୍ରେକ୍ଷୀରେ ପୁଞ୍ଜିବାଦ ଭାରତୀୟ ଗଣତନ୍ତ୍ରକୁ କିପରି ଗ୍ରାସ କରିବାକୁ ବସିଛି ଏବଂ ଶ୍ରମିକ ସମାଜ ସଙ୍ଗଠିତ ନହେଲେ ତାଙ୍କ ପାଇଁ ଆହୁରି କଠିନ ସମାଜ ଆସୁଛି ବୋଲି ଅବଗତ କରାଇ ଥିଲେ। ଆଲୋଚନା କାଳରେ ସର୍ବନିମ୍ନ ମଜୁରୀ ତାଲିକା ଶ୍ରମ ଅଫିସ ଓ ମୁଖ୍ୟ ସ୍ଥାନ ମାନଙ୍କରେ ଲଗାଇବା, ମୟୂରଭଞ୍ଜରେ କର୍ମ ନିଯୁକ୍ତିର ସମ୍ଭାବନ ସ୍ରୁଷ୍ଟି ପାଇଁ କାରଖାନା ସ୍ଥାପନ, ଶ୍ରମିକମାନଙ୍କ ପ୍ରାପ୍ୟ ଆବେଦନକୁ ପଞ୍ଜୀକୃତ କରିବା, ପଞ୍ଜୀକୃତ ନାମର ରିନୁୱାଲ ଠିକ ସମୟରେ କରିବା ପାଇଁ ଦାବି ହୋଇଛି।

ପ୍ରାରମ୍ଭରେ ସୁଵାସିନୀ ବିନ୍ଧାଣୀ ସଂଗଠନର ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ଯେଉଁମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ପ୍ରଫୁଲ୍ଲ ମହାନ୍ତି, ମହେଶ୍ଵର ବେହେରା, ଗୌର କାଳନ୍ଦି, ଅରୁଣ ପାରମାର, ସୁମିତ୍ରା ସିଂ, ସୋମବାରୀ ସି, ସୁକାନ୍ତି ସାହୁ, ସନ୍ଧ୍ୟା ସାହୁ, ବବିତା ଗିରି ପ୍ରମୁଖ।