Modi 3.jpg

ପଦ୍ମଶ୍ରୀ ବିଜେତାଙ୍କୁ ଭେଟିଲେ ମୋଦି

State

 

ସମ୍ବଲପୁର : ସମ୍ବଲପୁରରେ ପଦ୍ମଶ୍ରୀ ବିଜେତାମାନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏହି ବ୍ୟକ୍ତିବିଶେଷଙ୍କ ଦେଶ ପ୍ରତି ବହୁ ଅବାଦନ ରହିଛି । ଏନେଇ ସେ ସୋସିଆଲ ମିଡିଆ Xରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି । ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କର ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟ ହୋଇଥିଲା । ଜଣେ କବି, ଗୀତିକାର ତଥା ଔପନ୍ୟାସିକ ଭାବେ ସଂସ୍କୃତିକୁ ସେ ସମୃଦ୍ଧ କରିଛନ୍ତି । ୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ମିଳିଥିଲା ।

ପ୍ରସିଦ୍ଧ ସମ୍ବଲପୁରୀ ଗୀତିକାର ତଥା ରଙ୍ଗବତୀର ଗାୟକ ଜିତେନ୍ଦ୍ର ହରିପାଲ ଓ ଗାୟିକା କ୍ରିଷ୍ଣା ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ୨୦୧୭ ମସିହାରେ ଜିତେନ୍ଦ୍ର ହରିପାଲ ଓ ୨୦୨୩ ମସିହାରେ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ମିଳିଥିଲା । ସଙ୍ଗୀତ କ୍ଷେତ୍ରରେ ଏମାନଙ୍କ ବେଶ ଅବଦାନ ରହିଛି । ଲୋକକବି ହଳଧର ନାଗଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ୨୦୧୬ରେ ହଳଧର ନାଗଙ୍କୁ ପଦ୍ମଶ୍ରୀ ମିଳିଥିଲା । ଗତକାଲି ସମ୍ବଲପୁର ଗସ୍ତ ଅବସରରେ ଏମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି ।