ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ମଙ୍ଗଳବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମନ୍ତ୍ରୀ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କଡା ଚେତାବନୀ ଦେଇଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି “ପ୍ରକଳ୍ପ କାମର କ୍ୱାଲିଟିରେ ଯେପରି କମ୍ପରମାଇଜ୍ ନ କରାଯାଏ । ନହଲେ ଦଣ୍ଡ ସ୍ୱରୂପ ସେମାନଙ୍କୁ ଜରିମାନା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ତେବେ ପ୍ରକଳ୍ପ କାମ ପାଇଁ ବିଭାଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ।