ବାରିପଦା: ପ୍ରାପ୍ତ ତଥ୍ୟ ଅନୁଯାୟୀ ଅଭିଯୋଗକାରୀ ହେମନ୍ତ ବେହେରା ବିଜାତଳା ବଜାର ଉପରେ ଦୁଇ ଡେଦିମିଲ ସରକାରୀ ଜମି ଉପରେ ଏକ ଦୋକାନ କରି ବ୍ୟବାସାୟ କରୁଥିଲେ । ବିଜାତଳା ଆଇ ଆଇ ଦିଲୀପ ପାତ୍ର ସେହି ସରକାରୀ ଜମି ଉପରେ ଦୋକାନ ଘର କରିଥିବାରୁ ହେମନ୍ତ ବେହେରା ଙ୍କୁ ପ୍ରଥମେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ପରେ ଆଉ ପନ୍ଦର ହଜାର ଟଙ୍କା ଦେବାକୁ କହିଥିଲେ । ଲାଞ୍ଚ ଟଙ୍କା ନଦେଲେ ଦୋକାନ ଉଛେଦ କରିଦେବେ ବୋଲି ଧମକ ଦେଇଥିଲେ । ଏ ସଂଙ୍କ୍ରାନ୍ତରେ ଅଭିଯୋଗକାରୀ ବାଲେଶ୍ୱର ଭିଜିଲାନ୍ସ ଏସ ପି ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏ ବାବଦରେ ଭିଜିଲାନ୍ସ ବିଭାଗରେ ୬/୨୦୧୮ ରେ ଏକ ମାମଲା ରୁଜୁ ହୋଇଥିଲା । ୩-୨-୨୦୧୮ ରେ ନିଜ କାର୍ଯ୍ୟାଳୟରେ ଆର ଆଇ ଏହି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ରଙ୍ଗେ ହାତରେ ଧରା ପଡିଥିଲେ । ଆଜି ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ପେଶାଲ ଜଜ୍ ପୁନ୍ନିମା ଜେନା ଅଭିଯୁକ୍ତ ଆର ଆଇ ଦିଲୀପ ପାତ୍ର ଙ୍କୁ ନିର୍ଦ୍ଧୋଶରେ ଖଲାସ କରିବା ପାଇଁ ଆଦେଶନାମା ଜାରିକରିଛନ୍ତି । ଅଭିଯୁକ୍ତ ଙ୍କ ପକ୍ଷରୁ ବାରିପଦାର ଆଇନଜିବୀ କୈଳାସ ଚନ୍ଦ୍ର ସ ଓ ରଘୁନାଥ ପ୍ରଧାନ ମାମଲା ପରିଚାଳନା କରୁଥିଲେ ।