Onn 3

ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ଓଏସଏସସି ପ୍ରଶ୍ନପତ୍ର; ପର୍ଦ୍ଦାଫଶ କଲେ ଏସପି

Crime State

ଭୁବନେଶ୍ୱର: କେଉଁଠୁ ଲିକ ହେଲା ପ୍ରଶ୍ନପତ୍ର ? କେମିତି ଲିକ ହେଲା ? ସାମ୍ନାକୁ ଆସିଲା ରହସ୍ୟ । ଆଉ କେଉଁଠୁ ନୁହେଁ, ପ୍ରିଣ୍ଟିଂ ପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।

ଓଏସଏସସି ଜେଇ ସିଭିଲ ମେନ ପ୍ରଶ୍ନପତ୍ର ଲିକ ମାମଲାରେ ପ୍ରତିକ୍ରିୟା ରଖି ଏସପି କହିଥିଲେ, ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଛି । ପ୍ରିଣ୍ଟିଂ ପ୍ରେସର ହେଲପର ଏହି ପ୍ରଶ୍ନପତ୍ର ଲିକ କରିଛନ୍ତି । ସେ ପ୍ରେସରୁ ପ୍ରଶ୍ନପତ୍ର ଆଣି ମାଷ୍ଟରମାଇଣ୍ଡକୁ ଦେଇଥିଲେ ।

ଏସପି ଆହୁରି କହିଛନ୍ତି, ପ୍ରଶ୍ନପତ୍ର ଓଡ଼ିଶା ବାହାରେ ଥିବା ପ୍ରିଣ୍ଟିଂ ପ୍ରେସରେ ଛପା ଯାଇଥିଲା । ସେଠାରୁ ହେଲପର ଆଣି ମାଷ୍ଟରମାଇଣ୍ଡଙ୍କୁ ଦେଇଥିଲା ଯିଏ କି ବିହାରର ଜଣେ ସରକାରୀ ଅଧିକାରୀ । ଓଡ଼ିଶାରୁ ଗିରଫ ବ୍ୟକ୍ତି କେବଳ ମଧ୍ୟସ୍ଥ ଥିଲେ ବୋଲି କହିଛନ୍ତି ଏସପି । ତେବେ ଏହି ଘଟଣାରେ ଓଡ଼ିଶାର କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

ଅଧିକ ସୂଚନା ଦେଇ ଏସପି କହିଛନ୍ତି, ସଂପୃକ୍ତ ହେଲପର ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ଆଣିଥିଲା । ଏହି ହେଲପର ଓ ମାଷ୍ଟର ମାଇଣ୍ଡ ଗୋଟିଏ ଗାଁର ବୋଲି ଜଣାପଡିଛି ।

ଏହି ଘଟଣାରେ ବାଲେଶ୍ୱର ପୋଲିସ ମାଷ୍ଟରମାଇଣ୍ଡଙ୍କ ସମେତ ୭ ଜଣଙ୍କ ଆଜି ବିହାରରରୁ ଗିରଫ କରିଛି । ଅନ୍ୟ ୯ ଅଭିଯୁକ୍ତଙ୍କୁ ପୂର୍ବରୁ ଦୀଘାରୁ ଗିରଫ କରାଯାଇଥିଲା ।