C747f324 C324 4437 9cd2 8c086049d073

କଟକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ୨୫ ବର୍ଷ ପରେ ଓଡିଶା ଇତିହାସ ରଚିବ

State

(କଟକରୁ ମାନସ କୁମାର ନାୟକ ଓ ନିରଞ୍ଜନ ପଟ୍ଟନାୟକ) :  ଅନୁଗୁଳ ପରେ କଟକ ଜନସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଜୟ ଶ୍ରୀରାମ ଏବଂ ଜୟ ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ । କଟକ ହେଉଛି ଦେଶର ପ୍ରାଚୀନ ସହର ମଧ୍ୟରୁ ଅନ୍ୟତମ । ତେଣୁ ଆଜି କଟକ ଜନସଭାକୁ ସମ୍ବୋଧିତ କରି ମୁଁ ଗର୍ବିତ ।

କଟକ ଜନସଭାରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ଧରି ଚାଲିଥିବା ଶାସନ ଏଥର ବଦଳିବ । ଆଉ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଏହାସହିତ ଦିଲ୍ଲୀରେ ତୃତୀୟ ଥର ଲାଗି ସରକାର ଗଢିବାକୁ ଯାଉଛି ବିଜେପି । ତେବେ ୨୫ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାର ରାଜ୍ୟକୁ କଣ ଦେଉଛି ? ଦେଇଛି ତ କେବଳ ଲ୍ୟାଣ୍ଡ ମାଫିଆ, ସ୍ୟାଣ୍ଡ ମାଫିଆ, କୋଲ ମାଫିଆ, ମାଇନିଂ ମାଫିଆ । ବିଧାୟକ ଏବଂ ମନ୍ତ୍ରୀମାନେ ସର୍ବଦା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ।

ଓଡିଶାରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି ବିଜେପି । ଆଗାମୀ ଦିନରେ ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର ପରେ ବିକାଶ ଅଭିମୁଖେ ଅଗ୍ରସର ହେବ ରାଜ୍ୟ । ଏହାସହିତ ନୂଆ ନୂଆ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହି ନିର୍ବାଚନ ସମୟରେ ମୁଁ ଓଡିଶାର ସମସ୍ତ ଜିଲ୍ଲାକୁ ପ୍ରାୟ ଗସ୍ତ କରିସାରିଛି । ତେଣୁ ପରିବର୍ତ୍ତନ ନିଶ୍ଚିତ ।

ସେହିପରି ଗତ ୧୦ ବର୍ଷରେ ମୋଦି ସରକାର ଓଡିଶା ପାଇଁ ଅନେକ କିଛି କାମ କରିଛନ୍ତି । ୨୦୧୪ ପରଠୁ ଓଡିଶାର କିପରି ବିକାଶ ହେବ । ସେଦିଗରେ କାମ କରିଚାଲିଛନ୍ତି କେନ୍ଦ୍ର ସରକାର । ହେଲେ ଏଠାରେ ବିଜେଡି ସରକାର କେନ୍ଦ୍ର ଦେଇଥିବା ଟଙ୍କାକୁ ଠିକ୍‌ ଭାବେ ବ୍ୟବହାର କରିପାରୁନାହାନ୍ତି । ମୋଦି ସରକାର ଆସିବା ପରେ ନୂଆ ଖଣି ନୀତି ଆଣିଥିଲେ । ଯାହାଦ୍ୱାରା ଓଡିଶାକୁ ସିଧାସିଧା ୫୦ ହଜାର କୋଟି ଟଙ୍କାର ଲାଭ ହୋଇଛି । ହେଲେ ଏହାପୂର୍ବରୁ ମାନେ କଂଗ୍ରେସ ସରକାର ସମୟରେ ରାଜ୍ୟକୁ ଏହି ଖଣି ନିଲାମରୁ ରାଜ୍ୟକୁ ମାତ୍ର ୫ ହଜାର କୋଟି ଟଙ୍କା ଲାଭ ହେଉଥିଲା । ତେଣୁ ରାଜ୍ୟର ବିକାଶ ପାଇଁ ବିଶେଷ ଧ୍ୟାନ ଦେଉଛି ବିଜେପି ।

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

E194e41f 7907 4a30 8253 D5e5b266ecee

କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି ପଛୁଆ ହୋଇ ରହିଯାଇଛି। ଯଦି ବିଜେଡି ଓଡ଼ିଶାକୁ କିଛି ଦେଇଛି, ତାହା ହେଉଛି ଖଣି ମାଫିଆ, ବାଲି ମାଫିଆ, ଜମି ମାଫିଆ, କୋଇଲା ମାଫିଆ। ଏହା ସହିତ ଦଳର ବିଧାୟକ ମନ୍ତ୍ରୀ ମଧ୍ୟ ଭ୍ରଷ୍ଟାଚାରରେ ସବୁବେଳେ ଲିପ୍ତ ରହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ବିକାଶ ଅସମ୍ଭବ।

ଏହା ସହିତ ସେ କହିଛନ୍ତି, ”ଓଡ଼ିଶାର ଏପରି କୌଣସି ବ୍ଲକ ନ ଥିବ ସେଠାରୁ ଲୋକ ଯାଇ ଗୁଜରାଟରେ ପେଟ ପୋଷୁଥିବେ। ଯେଉଁ ପ୍ରଦେଶ ଏତେ ସମୃଧ, ଏହାକୁ ବରବାଦ କରିଥିବା ଲୋକଙ୍କୁ ସଜା ଦେବା ପାଇଁ ଏହି ନିର୍ବାଚନ ଆସିଛି। ତେବେ ମୋର କାର୍ଯ୍ୟକାଳ ସମୟରେ ରେକର୍ଡ ଟଙ୍କା ମୁଁ ଓଡିଶାକୁ ପଠାଇଥିଲା ବେଳେ ପିସି ନ ପାଇଲା ପର୍ଯ୍ୟନ୍ତ କାମ କରାଇ ଦେଉନାହାନ୍ତି ବିଧାୟକ ମନ୍ତ୍ରୀ। ଏଥିପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏହା ସହିତ ବିଭିନ୍ନ ପ୍ରକଳ୍ପକୁ ନିଜର ନିକଟତର ଠିକାଦାରଙ୍କୁ ଦେଇ ସବୁଦିଗରୁ ଆପଣମାନଙ୍କୁ ଲୁଟୁଛନ୍ତି।”

”ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର, ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବେ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ, ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ।ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ। ଓଡ଼ିଶାର ହେବାକୁ ଥିବା ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ।”